ଯେତେବେଳେ ରାହୁଲ ଦ୍ରାବିଡ ସେୟାର କଲେ ନିଜର ଦୁର୍ଲଭ ଛବି !


ଶୁକ୍ରବାର ସନ୍ଧ୍ୟା ଇଣ୍ଟରନେଟରେ ‘ଇନ୍ଦିରାନଗର’ର ଗୁଣ୍ଡା ଛାଇ ଗଲା । କିନ୍ତୁ ପ୍ରଶଂସକଙ୍କୁ ଏହି ଗୁଣ୍ଡା ଜଣକ ବହୁତ ଶାନ୍ତ ଏବଂ ସରଳ ଲାଗନ୍ତି । ଆପଣ ଏଥିରୁ ଜାଣିପାରୁଥିବେ ଯେ, କ୍ରିକେଟ ଖେଳରେ ‘ଦ ୱାଲ’ ନାମରେ ଲୋକପ୍ରିୟ ଥିବା ରାହୁଳ ଦ୍ରାବିଡଙ୍କ ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଘଟଣାଟି ଏହାଯେ, ଏହି ବିଜ୍ଞାପନରେ ସେ ଯେଉଁ କାରନାମା କରି ଦେଖାଇଛନ୍ତି, ତାହା କେହି ଆଶା ମଧ୍ୟ କରିନଥିଲେ । ଏଥିରେ ସେ କ୍ରୋଧରେ ଭଙ୍ଗାଭଙ୍ଗୀ ଏବଂ ଚିତ୍କାର କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏଭଳି ଏକ ଫଟୋଟି ନଜର ଆସିଛି, ଯେଉଁଥିରେ ଆପଣ ତାଙ୍କ ପ୍ରକୃତ କ୍ରୋଧ ଦେଖିପାରିବେ !

 

View this post on Instagram

 

A post shared by Rahul Dravid (@rahuldravidd)


ଏହି ଫଟୋଟି ରାହୁଲ ଦ୍ରାବିଡଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଗତବର୍ଷ ୧୬ ଜାନୁଆରୀରେ ସେୟାର କରାଯାଇଥିଲା । ଏହି କ୍ୟାପସନରେ ଲେଖାଯାଇଥିଲା ଯେ, “ରାହୁଲ ଦ୍ରାବିଡଙ୍କ ଦୁର୍ଲଭ ଋପ ।” ଏହି ଫଟୋରେ ୬ ହଜାରରୁ ଉର୍ଦ୍ଧ୍ୱ ଲାଇକ ଆସି ସାରିଛି । ପ୍ରକାଶ ଥାଉକି, ଦ୍ରାବିଡଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ୬୯ ହଜାରରୁ ଅଧିକ ଲୋକ ଅନୁସରଣ କରନ୍ତି ।

ପ୍ରକାଶ ଥାଉକି ଏହି ଭାଇରାଲ ଭିଡିଓରେ , ରାହୁଲ ଏକ କାରରେ ଅଛନ୍ତି, ଯାହାକି ଭିଡ ମଧ୍ୟରେ ଫଶି ଯାଇଛି । ସେ କ୍ରୋଧରେ ଚିତ୍କାର, ଜିନିଷ ଫୋପଡା ଫୋପଡି ଏବଂ ପୁଅ ପାଖରେ ଠିଆ ହୋଇଥିବା କାରର ମିରରକୁ ଭାଙ୍ଗୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଜ୍ଞାପନ ଶେଷରେ ରାହୁଲ, କାରର ସନ ଋପରୁ ବାହାରି ହାତରେ ବ୍ୟାଟ ଧରି ଚିତ୍କାର କରି କହୁଛନ୍ତି ଯେ, “ମୁଁ ହେଉଛି ଇନ୍ଦିରାନଗରର ଗୁଣ୍ଡା ।” ସେ ଏହି ବିଜ୍ଞାପନ କ୍ରେଡିଡ କାର୍ଡର ଏକ ବିଲ ପେମେଣ୍ଟ କମ୍ପାନୀ ପାଇଁ କରିଛନ୍ତି ।


Share It

Comments are closed.