ଶାନ୍ତି ମେମୋରିଆଲ ହସ୍ପିଟାଲରେ ବିରଳ ‘ରପଞ୍ଜଲ୍ ସିଣ୍ଡ୍ରୋମ୍‌’ର ସଫଳ ଚିକିତ୍ସା


କଟକ : ନିକଟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ୧୩ ବର୍ଷର ଝିଅଙ୍କଠାରେ ରପଞ୍ଜଲ ସିଣ୍ଡ୍ରୋମ୍‌ର ଏକ ସ୍ୱତନ୍ତ୍ର ମାମଲା ସାମ୍‌ନାକୁ ଆସିଥିଲା । ରପଞ୍ଜଲ ସିଣ୍ଡ୍ରୋମ୍ କିଶୋରୀମାନେ ନିଜ କେଶକୁ ଟାଣି ଉପାଡିବା ଓ ତାହାକୁ ଚୋବାଇବା କିମ୍ବା ଗିଳିଦେବା ଦ୍ୱାରା ଦେଖାଦେଇଥାଏ, ଏହାକୁ ଟ୍ରାଇକୋଟିଲୋମାନିଆ ଓ ଟ୍ରାଇକୋଫାଜିଆ ମଧ୍ୟ କୁହାଯାଇଥାଏ । ଏହା ହେଉଛି ଏକ ରୋଗ ଯାହା ଯୁବତୀ ତଥା କିଶୋରୀମାନଙ୍କୁ ପରିଚିତ ତଥା ଅଜଣା ମାନସିକ ରୋଗଗୁଡିକ ସହିତ ପ୍ରଭାବିତ କରିଥାଏ । ଏହି ଚୋବାଯାଇଥିବା କେଶ ଧିରେ ଧିରେ ଗ୍ୟାଷ୍ଟ୍ରିକ୍ ଟ୍ରାକୋବେଜୋର୍ସ (ହେୟାରବଲ୍‌)ରେ ବିକଶିତ ହୋଇଥାଏ ଯାହା ପେଟର ଆକାର ନେଇଥାଏ ଏବଂ କ୍ଷୁଦ୍ର ଅନ୍ତନଳୀରେ ଥିବା ଡୁଓଡେନମ୍ ବାହାରେ ବିସ୍ତାରିତ ହୋଇଥାଏ ଏବଂ ବେଳେବେଳେ ଏହା କୋଲୋନ୍ ପର୍ଯ୍ୟନ୍ତ କେଶର ଏକ ଲମ୍ବା ଲାଞ୍ଜ ଭଳି ବିସ୍ତାର ହୋଇଥାଏ ।
ଏହି ସିଣ୍ଡ୍ରୋମ୍‌କୁ ୧୮୧୨ରେ ଗ୍ରିମ୍ ବ୍ରଦର୍ସଙ୍କ ଦ୍ୱାରା ଲିଖିତ ପରୀ କାହାଣୀରେ ଲମ୍ବା କେଶ ଥିବା କିଶୋରୀ ରପଞ୍ଜଲଙ୍କ ନାମ ଅନୁଯାୟୀ ନାମିତ କରାଯାଇଛି । ଏହି ରୋଗୀ ଜଣଙ୍କ ଏକ ମାସ ହେବ ଏପିଗ୍ୟାଷ୍ଟ୍ରିକ୍ ସ୍ଥାନରେ ଯନ୍ତ୍ରଣା ଏବଂ ଖାଦ୍ୟ ଖାଇବା ପରେ ବାନ୍ତି ହେଉଥିବାର ଲକ୍ଷଣ ସହିତ ହସ୍ପିଟାଲକୁ ଆସିଥିଲେ । ସିଟିସ୍କାନରେ ଏକ ବିସ୍ତୃତ ପେଟ ଦେଖାଯାଇଥିଲା ଯେଉଁଥିରେ ଆବଦ୍ଧ ହୋଇଥିବା ଏୟାର ଫୋସି ସହିତ ୧୨ସେମି ଞ୍ଚ ୬ସେମି ଆକାରର ଏକ ନରମ ଟିସ୍ୟୁ ଭର୍ତି ହୋଇରହିଥିଲା ଏବଂ ଏହା ଶରୀରରୁ ପିଲୋରିକ୍ ରିଜିଅନ୍ ପର୍ଯ୍ୟନ୍ତ ବ୍ୟାପିଥିଲା । ଏଣ୍ଡୋସ୍କୋପିରୁ ସମଗ୍ର ପେଟକୁ କବ୍‌ଜା କରି ରଖିଥିବା ଏକ ବଡ ମାସ୍ ଦେଖିବାକୁ ମିଳିଥିଲା ଯାହା ଜିଇ ଜଙ୍କଶନଠାରୁ ଆରମ୍ଭ କରି ଡ୍ୟୁଡେନମ୍‌ର ୩ୟ ଭାଗ ପର୍ଯ୍ୟନ୍ତ ଲମ୍ବିଥିଲା । ନିଦାନ ପରେ ରୋଗୀଙ୍କର ଏକ ଲାପାରୋସ୍କୋପିକ୍ ଗ୍ୟାଷ୍ଟ୍ରୋଟୋମି କରାଯାଇଥିଲା ଓ ଟ୍ରାଇକୋବେଜୋର୍ ମାସ୍ (କେଶର ବଲ୍‌)କୁ ବାହାର କରାଯାଇଥିଲା ଓ ଏକ ଏଣ୍ଡୋ ବ୍ୟାଗ୍‌ରେ ରଖାଯାଇଥିଲା ଏବଂ ଏହାକୁ ଏକ ମିନି ଲାପାରୋଟୋମି ଦ୍ୱାରା ବାହାର କରାଯାଇଥିଲା । ବାହାରିଥିବା ଅଂଶ ୨୮ସେମିର ଥିଲା ଏବଂ ଏହାର ଓଜନ ୨୩୬ ଜିଏମ୍‌ଏସ୍ ଥିଲା । ରୋଗୀ ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରେ କିଛି ଦିନର ରହଣୀ ପରେ ନିଜ ଘରକୁ ଫେରିଯାଇଛନ୍ତି ।
ତାଙ୍କର ଚିକିତ୍ସା କରିଥିବା ଡଃ ଶ୍ରୀଜୋୟ ପଟ୍ଟନାୟକ କହିଛନ୍ତି, ‘ ଏହା ହେଉଛି ରପଞ୍ଜଲ ସିଣ୍ଡ୍ରୋମ୍‌ର ପ୍ରଥମ ମାମଲା ଯାହାକି ଆମ ହସ୍ପିଟାଲରେ ରିପୋର୍ଟ ହୋଇଥିଲା । ଏହା ଏକ ବିରଳ ଓ ସ୍ୱତନ୍ତ୍ର ସ୍ଥିତି । ଏଭଳି ରୋଗୀମାନେ ଇମ୍ପଲ୍‌ସିଭ୍ କଂଟ୍ରୋଲ ଡିଜରଡର୍‌, ବିଶେଷ କରି ଟ୍ରାକୋଟିଲୋମାନିଆ ସହ ଜଡିତ ଥିବା କାରଣରୁ ସାଧାରଣତଃ ମାନସିକ ରୋଗର ନିଦାନ ଓ ଚିକିତ୍ସା ଆବଶ୍ୟକ କରିଥାନ୍ତି । ତେଣୁ ଆମେ ଦୀର୍ଘାବଧିର ଫଲୋଅପ୍ ସମେତ ଏକ ସାଇକିଆଟ୍ରିକ୍ କନ୍‌ସଲ୍‌ଟେଶନ ପାଇଁ ପରାମର୍ଶ ଦେଉଛୁ ଯାହାଫଳରେ ଏହାକୁ ବାରମ୍ବାର ହେବାରୁ ରୋକାଯାଇପାରିବ ।


Share It

Comments are closed.