ଭାରତରେ ପୁଣି ଦୁଷ୍କର୍ମର ଶୀକାର ହେଲେ ବିଦେଶିନୀ


କାନାଡାରୁ ଭାରତକୁ ବୁଲିଆସିଥିବା ଜଣେ ଯୁବତୀ ଦିଲ୍ଲୀର ଲକ୍ଷ୍ମୀନଗର ସ୍ଥିତ ଏକ ହଷ୍ଟେଲରେ ଦୁଷ୍କର୍ମ ଶୀକାର ହୋଇଛନ୍ତି । ଦୁଷ୍କର୍ମ ପୀଡିତାଙ୍କ ମେଡିକାଲ ରିପୋର୍ଟରୁ ହିଁ ଏହା ପ୍ରମାଣିତ ହୋଇଯାଇଛି । ସିଆରପିସି ୧୬୪ ଧାରା ଅନୁଯାୟୀ ଯୁବତୀଙ୍କ ବୟାନକୁ ରେକର୍ଡ କରାଯାଇଛି । ଏହା ପରେ ସଫଦର ଜଙ୍ଗ ଏନକ୍ଲଭ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଆରେପୀକୁ ଗିରଫ କରାଯାଇଛି ।
ଦକ୍ଷିଣ ଜିଲ୍ଲା ପୁଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୧୯ ବର୍ଷିୟା ପୀଡିତା ବିଦେଶୀନି ଯୁବତୀ ଜଣକ ହେଉଛନ୍ତି କାନାଡାର ବାସିନ୍ଦା , ଯିଏକି ୱେବ ଡିଜାଇନିଂ ପାଇଁ ଅଧ୍ୟୟନ କରୁଛନ୍ତି । ସେ ଭାରତ ଭ୍ରମଣରେ ୪୦ ଦିନ ପାଇଁ ଟୁରିଷ୍ଟଭିସାରେ ଆସିଥିଲେ । ତାଙ୍କର ଗ୍ରୁପ ଦୁଇ ଦିନ ପୂର୍ବ ଦିଲ୍ଲୀ ଆସିଥିଲା । ଗ୍ରୁପ ରାତ୍ରି ସମୟରେ ସଫରଜଙ୍ଗ ଏନକ୍ଲଭର ହୋଜଖାସସ୍ଥିତ ଓରି ପବ ଠାରେ ପାର୍ଟି କରୁଥିଲେ । ସେଠାକୁ ମଧ୍ୟ ଆରୋପି ଡୋରମିଟାରି ହଷ୍ଟେଲ ପରିଚାଳକ ଅଭିଷେକ ବନ୍ତା କିଛି ଲୋକଙ୍କୁ ନେଇକି ଯାଇଥିଲା । ସେହି କ୍ଷେଣୀ ପବରେ ବିଦେଶୀନିଙ୍କ ସହ ଅଭିଷେକଙ୍କ ସାକ୍ଷାତ ହୋଇଥିଲା । ଉଭୟ ପରସ୍ପରଙ୍କୁ ନିଜ ନିଜର ଫୋନ ନମ୍ବର ମଧ୍ୟ ପ୍ରଦାନ କରିଥିଲେ । ରାତି ପ୍ରାୟ ୧.୩୦ ବେଳେ ଆରୋପି ଅଭିଷେକ ଏକ କବ ବୁକ କରି ବିଦେଶିନୀଙ୍କୁ ଲକ୍ଷ୍ମୀନଗର ସ୍ଥିତ ହଷ୍ଟେଲ ନେଇଯାଇଥିଲା ।
ଅଭିଯୋଗ ଏହା ହୋଇଛି ଯେ, ଅଭିଷେକ ମାତ୍ରାଧିକ ମଦ୍ୟପାନ କରି ବିଦେଶୀନିଙ୍କ ସହ ଦୁଷ୍କର୍ମ କରିଥିଲେ । ରାତି ପ୍ରାୟ ୨.୩୦ ବିଦେଶିନୀ କଳେ ବଳେ କୌଶଳେ ସେଠାରୁ ଖସିଆସିବାରେ ସକ୍ଷମ ହୋଇଥିଲେ । ପରେ ବିଦେଶିନୀ ଜଣକ ଏମ୍ସରେ ପହଞ୍ଚି ନିଜର ଡାକ୍ତରୀ ପରୀକ୍ଷା କରିବା ସହ ନିଜର ଗ୍ରୁପକୁ ସୂଚନା ଦେଇଥିଲେ ।
ସଫଦର ଜଙ୍ଗ ପୋଲିସ ପକ୍ଷରୁ ସଫଦର ଜଙ୍ଗ ହସ୍ପିଟାଲରେ ବିଦେଶିନୀଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା । ମେଡିକାଲ ରିପୋର୍ଟ ଆସିବା ପରେ ସଫଦର ଜଙ୍ଗ ପୋଲିସ ଅଭିଷେକଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ ମଧ୍ୟ କରିଥିଲେ ।


Share It

Comments are closed.