ପୁଣି ଥରେ ପୋଲିସ ଭୂମିକାରେ ନଜର ଆସିବେ ରାଣୀ


ରାଣୀ ମୁଖାର୍ଜି ୨୦୧୪ର ସୁପର ହିଟ ଫିଲ୍ମ ମରଦାନୀର ସିକ୍ୱେଲ ‘ମରଦାନୀ-୨’ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି । ସେ ପୁର୍ନବାର କ୍ରାଇମ ବ୍ରାଞ୍ଚ ବରିଷ୍ଠ ଇନସ୍ପେକ୍ଟର ଶିବାନୀ ଶିବାଜୀ ରାୟର ଭୂମିକାରେ ନଜର ଆସିବେ । ମରଦାନୀର କାହାଣୀ ଚାଇଲ୍ଡ ଟ୍ରାଫିକିଙ୍ଗ ସମ୍ପର୍କରେ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ପ୍ରଦୀପ ସରକାର ଦେଇଥିଲେ । ବର୍ତ୍ତମାନ ଏହାର ସିକ୍ୱେଲ ଗୋପୀ ପୁରାଥନଙ୍କ ଦ୍ୱାରା ନିର୍ଦ୍ଦେଶନା ଦିଆଯିବ । ଏବଂ ଏହି ଫିଲ୍ମଟି ଅଦିତ୍ୟ ଚୋପ୍ରା ଏବଂ ୟଶ ରାଜ ଫିଲ୍ମଙ୍କ ଦ୍ୱାରା ପ୍ରାୟୋଜିତ ।
ଏହି ଫିଲ୍ମ ସମ୍ପର୍କରେ ରାନୀ ମୁଖାର୍ଜି କହିଛନ୍ତି ଯେ, ଏହି ଫିଲ୍ମ ମରଦାନୀ ସର୍ବଦା ମୋ ହୃଦୟର ଖୁବ ନିକଟତମ । ମରଦାନୀର ରିଲିଜ ପରେ ସମସ୍ତେ ଏହାର ସିକ୍ୱେଲ ସମ୍ପର୍କରେ ପଚାରୁଥିଲେ ଏବଂ ବର୍ତ୍ତମାନ ଏହାର ଘୋଷଣା ସମସ୍ତଙ୍କୁ ଆନନ୍ଦିତ କରିପାରିବ ବୋଲି ଆଶା କରୁଛି । ଗୋପୀ ମରଦାନୀ-୨ର କାହାଣୀ ଲେଖିବା ଶେଷ କରିସାରିଲେଣି ଏବଂ ମୁଁ ଏହାର ସୁଟିଂ ପାଇଁ ମଧ୍ୟ ଖୁବ ଉତ୍ସାହିତ ।
ରାଣୀ କିଛି ବର୍ଷ ହେବ ସାମାଜିକ ଫିଲ୍ମରେ କାମ କରୁଥିବା ବେଳେ ତାଙ୍କର ପୂର୍ବ ଫିଲ୍ମ ହିଚକି । ମରଦାନୀ-୨ ଫିଲ୍ମଟି ୨୦୧୯ରେ ରିଲିଜ ହେବ ।


Share It

Comments are closed.