ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ରିଷି କପୁର


ନ୍ୟୁୟର୍କରେ ବର୍ତ୍ତମାନ ରିଷି କପୁରଙ୍କ ଚିକିତ୍ସା ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚିଲାଣି, ଏବଂ ଆଉ ସେ ଅଳ୍ପ ଦିନ ମଧ୍ୟରେ ଭାରତ ଫେରି ଆସିବେ ବୋଲି ବଡ ଭାଇ ରଣଧୀର କପୁର ସୂଚନା ଦେଇଛନ୍ତି । ରଣଧୀର ସାମ୍ବାଦିକ ମାନଙ୍କୁ ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, “ରିଷି ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଭଲ ଅଛନ୍ତି । ସେ ତାଙ୍କ ଚିକିତ୍ସାକୁ ଶେଷ କରି ଖୁବ ଶୀଘ୍ର ଭାରତ ପ୍ରତ୍ୟାବର୍ତ୍ତନ କରିବେ ।”
ପ୍ରକାଶ ଥାଉକି ଏହା ପୂର୍ବରୁ ରିଷି କପୁରଙ୍କ ସାଙ୍ଗ ତଥା ଫିଲ୍ମ ନିର୍ମାତା ରାହୁଲ ରାୱାଲ ନିଜ ଫେସବୁକରେ ଏହି ସଂକ୍ରାନ୍ତରେ ସୂଚନା ଦେଇ ସାରିଥିଲେ । ଫିଲ୍ମ ନିର୍ମାତା ରାହୁଲଙ୍କ ଏହି ପୋଷ୍ଟ ପରେ ରିଷିଙ୍କ ପ୍ରସଂଶକଙ୍କ ସମତେ ତାଙ୍କର ନିକଟ ସମ୍ପର୍କୀୟ ମଧ୍ୟ ଅନେକ କମେଣ୍ଟ ଦେବା ସହିତ ସେ ଯେପରି ଶୀଘ୍ର ଆରୋଗ୍ୟ ହୋଇଯିବେ ସେଥିପାଇଁ କାମନା ମଧ୍ୟ କରିଥିଲେ ।

ପୂର୍ବରୁ ରାହୁଲ, ରିଷିଙ୍କ ସହିତ ଏକ ଫଟୋ ଫେସବୁକରେ ଫୋଷ୍ଟ କରି କ୍ୟାପସନରେ “ରିଷି କପୁର (ଚିଣ୍ଟୁ) କ୍ୟାନସର ସେ ମୁକ୍ତ ହେ” ବୋଲି ଲେଖିଥିଲେ ।
ପ୍ରକାଶ ଥାଉକି ରିଷି କପୁର ଦୀର୍ଘ ଦିନ ହେବ କ୍ୟାନସରରେ ପୀଡିତ ଥିଲେ, ଯେଉଁଥିପାଇଁ ସେ ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଏହା ରିଷି ନିଜେ ତାଙ୍କର ଏହି ରୋଗ ସଂପର୍କରେ ଫେସବୁକରେ ସମସ୍ତଙ୍କୁ ସୂଚନା ଦେଇଦେଇଥିଲେ ।


Share It

Comments are closed.