ନିଜ ପୋଷାକକୁ ନେଇ ପୁଣି ଟ୍ରୋଲ୍ ହେଲେ ରଣବୀର ସିଂହ


ବଲିଉଡ୍ ଅଭିନେତା ରଣବୀର ସିଂହ ସବୁବେଳେ ନିଜ ଡ୍ରେସିଂ ସେନ୍ସ ପାଇଁ ଟ୍ରୋଲ୍‌ର ଶିକାର ହୋଇଥାନ୍ତି । ପୁଣି ଥରେ ରଣବୀର ଏଥିପାଇଁ ଚର୍ଚ୍ଚାରେ ରହିଛନ୍ତି । ମଙ୍ଗଳବାର ରାତିରେ ରଣବୀର ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସଲମାନ ଖାନ୍‌ଙ୍କ ଇଦ୍ ପାର୍ଟିରେ ପହଞ୍ଚିଥିଲେ । ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍ ଏବଂ ଭିଣୋଇ ଆୟୁଷ ଶର୍ମାଙ୍କ ପକ୍ଷରୁ ଦିଆଯାଇଥିବା ଏହି ପାର୍ଟିରେ ବଲିଉଡ୍ ଇଣ୍ଡଷ୍ଟ୍ରିର ବହୁ ନାମିଦାମୀ କଳାକାର ପହଞ୍ଚିଥିଲେ । ପ୍ରାୟ ସମସ୍ତେ ପାର୍ଟିକୁ ଏଥନିକ୍ ଲୁକ୍‌ରେ ଆସିଥିବା ନଜର ଆସିଥିଲେ । ରଣବୀର କିନ୍ତୁ ଭିନ୍ନ ଅନ୍ଦାଜରେ ପାର୍ଟିରେ ପହଞ୍ଚିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି ।
https://www.instagram.com/reel/CdGvyjtDjyz/?utm_source=ig_web_copy_link
ଇଦ୍ ପାର୍ଟିରୁ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଉଭୟ ପେପାରାଜି ସାମ୍ନାରେ ପୋଜ୍ ଦେଉଥିବା ନଜର ଆସିଥିଲେ । ଏହି ଭିଡିଓରେ ଦୀପିକା ପାଦୁକୋନ ଏକ କଳା ରଙ୍ଗର ପାରମ୍ପାରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିବା ବେଳେ ରଣବୀର ସିଂହଙ୍କୁ କାଜୁଆଲ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା । ତାଙ୍କର ଏଭଳି ଫନି ଲୁକ୍‌କୁ ଦର୍ଶକ ପସନ୍ଦ କରିନାହାନ୍ତି । ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର ଲେଖିଛନ୍ତି, ଦୀପିକା ଇଦ୍ ପାର୍ଟିରେ ଯାଉଛନ୍ତି ଆଉ ରଣବୀର ମାଲଦୀପ୍ ଟ୍ରିପ୍‌ରେ । ଆଉ ଜଣେ ଲେଖିଛନ୍ତି କେବେ ତ ଢଙ୍ଗର ଡ୍ରେସ୍ ପସନ୍ଦ କର ଭାଇ ।

ସଲମାନ୍ ଖାନ୍‌ଙ୍କ ଇଦ୍ ପାର୍ଟିରେ ଜେନେଲିଆ ଡିସୁଜା, ରିତେଶ ଦେଶମୁଖ, ଶେହନାଜ ଗିଲ, କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରା ଏବଂ ହିମେଶ ରେଶମିଆଙ୍କ ସମେତ ଅନେକ ଲୋକ ପହଞ୍ଚିଥିଲେ । ଏହି ପାର୍ଟିରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଆସିଥିଲେ ।


Share It

Comments are closed.