ଭୋଟ ପାଇବା ଆଶାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟାଯାଇଛି : ରାମଗୋପାଲ


ଲୋକସଭା ନିର୍ବାଚନକୁ ନେଇ ଆଚରଣ ବିଧି ନିୟମ ଲାଗୁ ହୋଇଯାଇଥିବାବେଳେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ନେତାଙ୍କ ବିବାଦୀୟ ବୟାନ ଥମିବାର ନା ନେଉ ନାହିଁ । ବର୍ତ୍ତମାନ ଏହି ଘଟଣାକୁ ନେଇ ବିବାଦୀୟ ବୟାନ ତାଲିକାରେ ସମାଜବାଦୀ ପାର୍ଟିରେ ନେତା ରାମଗୋପାଲ ଯାଦବଙ୍କ ନାମ ଯୋଡି ହୋଇଯାଇଛି ।
ରାମଗୋପାଲ ସିଧାସିଧା ଅଭିଯୋଗ ଆଣିଛନ୍ତି ଯେ, କେବଳ ଭୋଟ ପାଇବା ଆଶାରେ ପୁଲୱାମାରେ ସିଆରପିଏଫ ଯବାନଙ୍କୁ ହତ୍ୟା କରାଯାଇଥିଲା । ରାମଗୋପାଲ ଆହୁରୀ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, “ଏହା ଏକ ଷଡଯନ୍ତ୍ର କାରଣ ଯବାନଙ୍କୁ ମୃତ୍ୟୁ ମୁଖରେ ଠେଲିବା ପାଇଁ ତାଙ୍କୁ ସାଧାରଣ ବସରେ ପଠାଯାଇଥିଲା । ଏବଂ ଏହି ମାମଲାର ଯେତେବେଳେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଲେ ସମସ୍ତ ସତ୍ୟାସତ୍ୟ ସାମନାକୁ ଆସିବ ଏବଂ ଏଥିରେ ଅନେକ ମହାନ ହସ୍ତିଙ୍କ ଅସଲ ଚେହେରା ସାମନାକୁ ଆସିବ ।”
ପ୍ରକାଶ ଥାଉକି ରାମଗୋପାଲଙ୍କ ପୂର୍ବରୁ କଂଗ୍ରେସ ନେତା ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସମାନ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, “ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ପିଏମ ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ଫିକ୍ସି ହୋଇଥିଲା । ”


Share It

Comments are closed.