ରାମାୟଣର ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକାଙ୍କ ସହ ଭାଇରାଲ ହେଉଛି ପିଏମ ନରେନ୍ଦ୍ର ମୋଦୀ ଓ ଏଲ କେ ଆଡଭାନୀଙ୍କର ପୁରୁଣା ଫଟୋ


ଲୋକପ୍ରିୟ କାର୍ଯ୍ୟକ୍ରମ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖ୍‌ଲିଆ ଫଟୋ ସେୟାରିଙ୍ଗ ନିଶାରେ ଲାଗିଛନ୍ତି । ଏହି ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ତାଙ୍କର ସହ କଳାକାର ଏବଂ କାଷ୍ଟ ଓ କ୍ରିୁ୍ୟ ମେମ୍ବରମାନଙ୍କର ସହିତ ସେହି ସୁବର୍ଣ୍ଣ ଯୁଗରୁ ଅନେକ ଫୋଟ ସେୟାର କରିଛନ୍ତି । ସେମାନଙ୍କ ସମସ୍ତଙ୍କର ଏକ ଗ୍ରୁପ ଫଟୋ ସେୟାର କରିବା ପରେ ଦୀପିକା ପିଏମ ନରେନ୍ଦ୍ର ମୋଦୀ ଓ ଏଲ କେ ଆଡଭାନୀଙ୍କ ସହ ଏକ ବିରଳ ଫଟୋ ସେୟାର କରିଛନ୍ତି ଯାହାକି ସେହି ସମୟର ଯେତେବେଳେ ସେ ବରୋଦା ଇଲେକ୍ସନରେ ପ୍ରଥମ କରି ଠିଆ ହୋଇଥିଲେ ।


ଦୀପିକା ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ, “ଏକ ପୁରୁଣା ଫଟୋ ଯେବେ କି ମୁଁ ବରୋଦା ଇଲେକ୍ସନ ପାଇଁ ଠିଆହୋଇଥିଲି ଯାହାକି ବର୍ତମାନ ବଡ଼ୋଦରା ଭାବେ ଜଣାଶୁଣା । ସମ୍ପୁର୍ଣ୍ଣ ଡାହାଣରେ ଆମର ପିଏମ ନରେନ୍ଦ୍ର ମୋଦୀ ଜୀ ଯାହାଙ୍କ ଠିକ ପରେ ଏଲ କେ ଆଡ୍‌ଭାନୀ ଓ ମୁଁ ଏବଂ ଇଲେକ୍ସନର ଇନଚାର୍ଜ ନଲୀନ ଭଟ ।’
ଏହା ପୂର୍ବରୁ ପିଏମ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଲକଡାଉନକୁ ମେ ୩ ପର୍ଯ୍ୟନ୍ତ ବଢ଼ାଇବାର ଘୋଷଣା କରିବା ପରେ ମଙ୍ଗଳବାର ଦିନ ଦିପୀକା ନିଜର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ପ୍ରଶଂସକମାନଙ୍କୁ ପିଏମ ମୋଦୀଙ୍କର ଲକଡାଉନ ନିୟମର ପାଳନ କରିବା ପାଇଁ ଅନୁରୋଧ କରିଥିଲେ ।


Share It

Comments are closed.