ବିଏସଏଫ ଯବାନଙ୍କ ସହ ଗୁଣାତ୍ମକ ସମୟ ବିତାଇଲେ ରାମଚରଣ, ନିଜେ ଫଟୋ ସେୟାର କଲେ ଅଭିନେତା


ନିର୍ଦ୍ଦେଶକ ଏସ୍ ରାଜାମୈ।ଲିଙ୍କ ଏପିକ୍ ଆରଆରଆର ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ କରିଛି । ଏଭଳି ପରିସ୍ଥିତିରେ ପୁରା ଟିମ୍ ନିଜ ନିଜ ଢଙ୍ଗରେ ଫିଲ୍ମର ସଫଳତାକୁ ପାଳନ କରୁଛନ୍ତି । ନିକଟ ସୂତ୍ରରୁ ଜଣାପଡିଛି ଯେ ନିର୍ଦ୍ଦେଶକ ଶଙ୍କରଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗତ କିଛି ଦିନ ହେବ ପଞ୍ଜାବରେ ସୁଟିଂ କରୁଥିବା ରାମ ଚରଣ ମଧ୍ୟ କ୍ୟାମ୍ପସ ପରିଦର୍ଶନ କରି ଦେଶର ପ୍ରକୃତ ହିରୋମାନଙ୍କ ସହ ଗୁଣାତ୍ମକ ସମୟ ଅତିବାହିତ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କେବଳ ଏତିକି ନୁହେଁ କୁହାଯାଉଛି କି ରାମ ଚରଣ ହାଇଦ୍ରାବାଦରୁ ତାଙ୍କ ପର୍ସନାଲ ରୋଷେୟାଙ୍କୁ ଡାକିଥିଲେ । ସୈନିକମାନଙ୍କ ପାଇଁ ବିଶେଷ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ସୈନିକମାନେ ମଧ୍ୟ ଖୁସି ହୋଇଥିଲେ ରାମ ଚରଣଙ୍କ ସହ ସମୟ ବିତାଇ । ଏହାର ଏକ ଫଟୋ ମଧ୍ୟ ରାମ ଚରଣ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସେଥିରେ କ୍ୟାପସନ୍ ଲେଖିଛନ୍ତି, ଅମୃତସରର ବିଏସ୍ଏଫ୍ କ୍ୟାମ୍ପସର କାହାଣୀରେ, ବଳିଦାନ ଏବଂ ସୀମା ସୁରକ୍ଷା ବଳର ଉତ୍ସର୍ଗ ସହିତ ଏକ ପ୍ରେରଣାଦାୟକ ଅପରାହ୍ନ ବିତାଇଛି।
https://www.instagram.com/p/Cch7DVwBVYV/?igshid=YmMyMTA2M2Y=
ଏହା ବ୍ୟତୀତ ରାମଙ୍କ ପତ୍ନୀ ଉପାସନା ମଧ୍ୟ ଗୁରୁଦ୍ୱାରରେ ତାଙ୍କ ତରଫରୁ ଏକ ଲଙ୍ଗର ଆୟୋଜନ ମଧ୍ୟ କରିଥିଲେ । କୁହାଯାଉଛି ଯେ RRR ର ସଫଳତାକୁ ପାଳନ କରିବା ସ୍ବର୍ଣ୍ଣ ମନ୍ଦିରରେ ଏସବୁକୁ ଆୟୋଜିତ କରାଯାଇଥିଲା।
https://www.instagram.com/p/CchVHb-KF3f/?igshid=YmMyMTA2M2Y=


Share It

Comments are closed.