ମିସକ୍ୟାରେଜ ଯୋଗୁଁ ରାକ୍ଷୀ ସାୱନ୍ତଙ୍କ ଭାଙ୍ଗିଲା ମା’ ହେବାର ଆଶା !


ସବୁବେଳେ ସମସ୍ତଙ୍କୁ ହସାଉଥିବା ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ (Rakhi Sawant) ଆଜିକାଲି ବହୁତ ଯନ୍ତ୍ରଣା ମଧ୍ୟ ଦେଇ ଗତି କରୁଛନ୍ତି । ଗୋଟିଏ ପଟେ ରାକ୍ଷୀ ସାୱନ୍ତ (Rakhi Sawat) ଙ୍କ ମା’ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଅନ୍ୟପଟେ, ଆଦିଲ ଖାନ (Adil Khan) ଙ୍କ ସହ ତାଙ୍କର ବିବାହ ପରଠାରୁ ସେ କ୍ରମାଗତ ଭାବରେ ପରିବାର ସଦସ୍ୟଙ୍କ ଅସନ୍ତୋଷର ସମ୍ମୁଖୀନ ହେଉଛନ୍ତି । ପ୍ରେମ ପାଇଁ ରାକ୍ଷୀ ସାୱନ୍ତ (Rakhi Sawat) ମଧ୍ୟ ଧର୍ମ ବଦଳାଇନ୍ତି । ଏବେ ରାକ୍ଷୀ ସାୱନ୍ତ ତାଙ୍କ ଜୀବନର ଆଉ ଏକ ଯନ୍ତ୍ରଣା ବିଷୟରେ କହିଛନ୍ତି ।ବିବାହ ପରେ ବର୍ତ୍ତମାନ ରାକ୍ଷୀ ସାୱନ୍ତଙ୍କ ପ୍ରେଗ୍ନେନ୍ସି (Rakhi Sawant Pregnant) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାକ୍ଷୀ ସାୱନ୍ତ (Rakhi Sawat) ବହୁତ ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି । ନିକଟ ଅତୀତରେ ତାଙ୍କର ମିସକ୍ୟାରେଜ (Rakhi Sawant Miscarriage) ହୋଇଛି, ଯେଉଁଥିପାଇଁ ସେ ବହୁତ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି । ଫୋନରେ ଏକ ମିଡିଆ ହାଉସ୍ ସହିତ କଥାବାର୍ତ୍ତା କରୁଥିବାବେଳେ ରାକ୍ଷୀ ସାୱନ୍ତ (Rakhi Sawat) ନିଜେ ସ୍ୱୀକାର କରିଛନ୍ତି ଯେ, ସେ ମା’ ହେବାକୁ ଯାଉଥିଲେ । ରାକ୍ଷୀ ସାୱନ୍ତ (Rakhi Sawat) ପୂର୍ବରୁ ସମସ୍ତଙ୍କ ସହ ଭଲ ଖବର ସେୟାର କରୁଥିଲେ । ତାଙ୍କ ଖୁସି ଦୁଃଖରେ ପରିଣତ ହୋଇଛି ।

ରାକ୍ଷୀ ସାୱନ୍ତ (Rakhi Sawant) ଫୋନରେ କହିଛନ୍ତି ଯେ, “ହଁ ଭାଇ, ମୁଁ ଗର୍ଭବତୀ ଥିଲି, ମୁଁ ନିଜେ ବିଗ୍ ବସ୍ ମରାଠୀରେ ମୋର ପ୍ରେଗ୍ନେନ୍ସି ବିଷୟରେ ଘୋଷଣା କରିଥିଲି । କିନ୍ତୁ ଲୋକମାନେ ଭାବିଥିଲେ ଯେ ମୁଁ ଥଟ୍ଟା କରୁଛି ଓ ମୋର କଥାକୁ କେହି ଗୁରୁତ୍ୱ ଦେଇ ନାହାଁନ୍ତି ।” ଏଠାରେ କହି ରଖୁଛୁ ଯେ, ରାକ୍ଷୀ ସାୱନ୍ତ (Rakhi Sawant) ଆଦିଲ ଖାନ (Adil Khan) ଙ୍କୁ ବିବାହ କରିଛନ୍ତି । ରାକ୍ଷୀ ସାୱନ୍ତ (Rakhi Sawant) କହିଛନ୍ତି ଯେ, ସେ ୭ ମାସ ପୂର୍ବେ ଆଦିଲ ଖାନଙ୍କୁ ବିବାହ କରିଥିଲେ କିନ୍ତୁ ଆଦିଲ ଏହି କଥାକୁ ଲୁଚାଇବାକୁ କହିଥିଲେ । ଯେତେବେଳେ ରାକ୍ଷୀ ସାୱନ୍ତ (Rakhi Sawant) ଅନୁଭବ କଲେ ଯେ ଆଦିଲ ଖାନ (Adil Khan) ତାଙ୍କୁ ଧୋକା ଦେଉଛନ୍ତି, ସେତେବେଳେ ସେ ଏହି କଥା ସମସ୍ତଙ୍କ ସାମ୍ନାରେ ରଖିଥିଲେ । ବର୍ତ୍ତମାନ ଆଦିଲ ଖାନ ତାଙ୍କ ଜୀବନରେ ଆସିଛନ୍ତି କିନ୍ତୁ ବର୍ତ୍ତମାନ ସେ ନିଜ ସନ୍ତାନକୁ ହରାଇଛନ୍ତି ।


Share It

Comments are closed.