ଭାରତର ଶକ୍ତିଶାଳୀ ଯୁଦ୍ଧ ବିମାନ ‘ତେଜସ’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ


ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବେଙ୍ଗାଲୁରୁସ୍ଥିତ ‘ହାଲ’ ବିମାନ ବନ୍ଦରରେ ସ୍ୱଦେଶୀ ନିର୍ମିତ ଯୁଦ୍ଧ ବିମାନ ତେଜସରେ ଉଡିଛନ୍ତି । ୬୮ ବର୍ଷିୟ ରାଜନାଥ, ଦୁଇଟି ସିଟ ବେଲ୍ଟ ବିଶିଷ୍ଟ ଯୁଦ୍ଧ ବିମାନରେ ଉଡାଣ ଭରିଥିବା ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଅଟନ୍ତି । ଅଧଘଣ୍ଟାର ଉଡାଣ ପୂର୍ବରୁ ପ୍ରତିରକ୍ଷା ଅଧିକାରୀ, ତେଜସ୍ୱ ଭାରତୀୟ ବାୟୁସେନାର ୪୫ ସ୍କ୍ୱାଡ୍ରୋନ ‘ଫ୍ଲାଇଙ୍ଗ ଡାଗର’ର ଅଂଶ ବୋଲି ରାଜନାଥଙ୍କୁ ଅବଗତ ମଧ୍ୟ କରାଇଥିଲେ । ଏହି ଯୁଦ୍ଧ ବିମାନକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ଏବଂ ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।


ବାୟୁସେନା ପକ୍ଷରୁ ଡିସେମ୍ବର ୨୦୧୭ରେ ଏଚଏଏଲକୁ ୮୩ ଜେଟ ବିମାନ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ମିଗ୍‌-୨୧ ବାଇସନ୍‌ ପରିବର୍ତ୍ତେ ଗୋଟିଏ ଇଞ୍ଜିନ୍‌ ଥିବା ତେଜସ୍‌କୁ ବାୟୁସେନାରେ ସାମିଲ କରାଯିବ। ୨୦୧୭ରେ ଡିଫେନ୍‌ସ୍‌ ଆକ୍ୱିଜିସନ୍‌ କାଉନ୍‌ସିଲ୍‌ ୮୩ଟି ଏଲ୍‌ସିଏ ତେଜସ୍‌ ଖରିଦ କରିବାକୁ ଅନୁମୋଦନ କରିଛି


Share It

Comments are closed.