ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଖୁବ ଶୀଘ୍ର ଘୋଷଣା କରିପାରନ୍ତି ରଜନୀକାନ୍ତ !


ସୁପରଷ୍ଟାର୍ ରଜନୀକାନ୍ତ ଆଜି ଅର୍ଥାତ୍ ସୋମବାର ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଜିର ବୈଠକରେ ଜିଲ୍ଲା ସଚିବଙ୍କ ସହ ସେ ନିଜ ବିଚାରର ଆଦାନପ୍ରଦାନ କରିଥିଲେ। ଆଗକୁ ରଜନୀକାନ୍ତ କହିଥିଲେ ଯେ ପାର୍ଟି ନେତା ତାଙ୍କୁ ସହଯୋଗ କରିଥିଲେ ଏବଂ ସେ ଯେ କୌଣସି ନିଷ୍ପତ୍ତି ନେଲେ ସମସ୍ତ ପାର୍ଟି ନେତା ତାଙ୍କର ସମର୍ଥନ କରିବେ। ଏହା ସହିତ ହିଁ ମିଡିଆ ସହ ମୁହାଁମୁହିଁ ହେବାବେଳେ ସେ କହିଥିଲେ ଯେ ସେ ରାଜନୀତିରେ ଏଣ୍ଟ୍ରି ନେଲେ ଶୀଘ୍ର ଘୋଷଣା କରିବେ।
ତାମିଲନାଡ଼ୁରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ସେଠାକାର ରାଜନୀତିରେ ନିର୍ବାଚନକୁ ନେଇ ସବୁ ଦଳରେ ସକ୍ରିୟତା​‌ ବଢ଼ିଯାଇଛି। ଏପରି କ୍ଷେତ୍ରରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ଯେ ରଜନୀକାନ୍ତ ନିର୍ବାଚନୀ ଯୁଦ୍ଧରେ ମୈଦାନକୁ ଆସିବେ କି ନାହିଁ? ଆସନ୍ତା ବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ। ଏପରି ପରିସ୍ଥିତିରେ ରଜନୀକାନ୍ତଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ରଜନୀକାନ୍ତ ରାଘବେନ୍ଦ୍ର ହଲ୍‌ରେ ରଜନୀ ମକ୍କଲ୍ ମଣ୍ଡରାମର ଜିଲ୍ଲା ସଚିବଙ୍କ ସହ ବୈଠକ କରିଥିଲେ।
ରଜନୀକାନ୍ତ ଗତ ୨ବର୍ଷରୁ ରାଜନୀତିରେ ସକ୍ରିୟ ଅଛନ୍ତି। କିନ୍ତୁ ଆଧିକାରିକ ଭାବେ ସେ ଏବେ ସୁଦ୍ଧା ରାଜନୀତିରେ ଏଣ୍ଟ୍ରି ନେଇ ନାହାନ୍ତି। ଗତ ବର୍ଷ ଅଭିନେତା କମଲ ହାସନ ଏବଂ ରଜନୀକାନ୍ତ ଏକାଠି କାମ କରିବାର ଇଚ୍ଛା ପ୍ରକାଶ କରିଥିଲେ।


Share It

Comments are closed.