ନଦୀରେ କୁମ୍ଭୀର ଥିବାର କଥା ଶୁଣି ଡରିଗଲେ ରଜନୀକାନ୍ତ, ପୁଣି ବିୟରଙ୍କ ହାତ ଧରି ପାର ହେଲେ ନଦୀ


ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟ କିଛି ଦିନ ତଳେ ବୟର ଗ୍ରିଲ୍ସଙ୍କ ସହ ଲୋକପ୍ରିୟ ସୋ’ ମ୍ୟାନ ଭର୍ସସେ ୱାଇଲ୍ଡରେ ଆସିଥିବାବେଳେ ଏହି ସୋ’ରେ ଏକ ମଜାଦାର ଘଟଣା ସେତେବେଳେ ଘଟିଲା ଯେତେବେଳେ ଆକ୍ସନ ହିରୋ ରଜନୀକାନ୍ତ କୁମ୍ଭୀର ନାମ ଶୁଣି ଡରିଯାଇଥିଲେ ।
ବିୟର ଗ୍ରିଲ୍ସ ସୋ’ ମାଧ୍ୟମରେ ନଦୀ ପାର କରୁଥିବା ସମୟରେ ନଦୀରେ କୁମ୍ଭୀର ଥାଇ ପାରନ୍ତି ବୋଲି ରଜନୀକାନ୍ତଙ୍କୁ କହିଥିଲେ । ଏହା ଶୁଣି ରଜନୀଙ୍କ ହୋସ ଉଡି ଯାଇଥିଲା ଏବଂ ସେ ବହୁ କଷ୍ଟରେ ବିୟର ଗ୍ରିଲ୍ସଙ୍କ ହାତ ଧରି ନଦୀ ପାର କରିଥିଲେ ।

ବିୟର ସହ କଥା ହେବା ସମୟରେ ରଜନୀ ନିଜର ଜୀବନୀ ସଂପର୍କରେ ତାଙ୍କୁ କହିଥିଲେ ଏବଂ ଫିଲ୍ମି ମଧ୍ୟ ତାଙ୍କୁ ଶିଖାଇଥିଲେ । ବିୟର, ରଜନୀକାନ୍ତଙ୍କୁ ତାଙ୍କୁ ଚଷମା ପିନ୍ଧିବାର ଷ୍ଟାଇଲ ଦେଖାଇବାକୁ କହିଥିଲେ ଏହା ପରେ ରଜନୀଙ୍କ ଚଷମା ପିନ୍ଧିବା ଷ୍ଟାଇଲ ଦେଖି ବିୟର ଅତ୍ୟନ୍ତ ଖୁସି ହୋଇଯାଇଥିଲେ ।
ପ୍ରକାଶ ଥାଉକି, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ସୋ’ର ଅଂଶ ହୋଇସାରିଛନ୍ତି । ଏହି ସୋ’କୁ ଖୁବ ଭଳ ପ୍ରତିକ୍ରିୟା ମଧ୍ୟ ମିଳୁଛି ।


Share It

Comments are closed.