ଫେସବୁକରେ ସବୁବେଳେ ବ୍ୟସ୍ତ ରହୁଥିବା ହେତୁ ତଣ୍ଟି ଚିପି ପତ୍ନୀର ହତ୍ୟା କଲେ ସ୍ୱାମୀ


ରାଜସ୍ଥାନର ଜୟପୁରରେ ଜଣେ ମହିଳା ସବୁବେଳେ ଫୋନରେ ବ୍ୟସ୍ତ ରହୁଥିବା ହେତୁ ତାଙ୍କ ସ୍ୱାମୀ ଉତକ୍ଷୀପ୍ତ ହୋଇ ହତ୍ୟା କରିଥିବାର ଏକ ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଅୟାଜ ଅହମ୍ମଦ ଅନସାରୀ (୨୬) ତାଙ୍କ ପତ୍ନୀ ରେଶମା (୨୨)ଙ୍କୁ ବାହାରକୁ ବୁଲେଇ ନେବା ବାହାନା କହି ହତ୍ୟା କରିଥିବାର ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ସେ ପ୍ରଥମେ ନିଜ ସ୍ତ୍ରୀକୁ ଏକ ନିଛାଟିଆ ଯାଗାକୁ ନେଇଯାଇଥିଲା ଏବଂ ପରେ ନିଜ ସ୍ତ୍ରୀର ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଥିଲା । କେବଳ ଏତିକି ନୁହେଁ ମୁତକଙ୍କୁ ଯେପରି କେହି ଚିହ୍ନି ପାରିବେ ନାହିଁ ସେଥିପାଇଁ ଅଭିଯୁକ୍ତ ସ୍ୱାମୀ, ପତ୍ନୀଙ୍କ ଚେହେରାକୁ ପଥରରେ ଛେଛି ନଷ୍ଟ କରିଦେଇଥିଲେ ।
ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଗରିଫ କରି ନେଇ ଥିବାବେଳେ ତଦନ୍ତରୁ ବର୍ତ୍ତମାନ ଜଣା ପଡିଛି ଯେ, ଅଭିଯୁକ୍ତଙ୍କ ପୁତ୍ନୀଙ୍କର ଫେସବୁକରେ ୬୦୦୦ ଫଲୋର୍ସ ଥିଲେ ଏବଂ ସେ ପୂରା ଦିନ ଫେସବୁକରେ ବ୍ୟସ୍ତ ରହୁଥିଲେ । ଏଥିପାଇଁ ପତୀ-ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା । ଯେଉଁ କାରଣରୁ ସ୍ୱାମୀ ଜଣକ ରାଗିଯାଇ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ।


Share It

Comments are closed.