କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଦେବେ ରାଜସ୍ଥାନ ସରକାର

ସାର୍ବଜନିନ ସ୍ଥାନରେ ଛେପ ପକାଇଲେ ହେବ ଜେଲ୍‌!


ରାଜସ୍ଥାନରେ ଜଣେ ପୁଲିସ୍‌କର୍ମୀ କରୋନାରେ ସଂକ୍ରମିତ ହେବା ପରେ ରାଜ୍ୟ ସରକାର କରୋନା ଯୋଦ୍ଧାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜସ୍ଥାନ ସରକାରଙ୍କ ଘୋଷଣା ଅନୁଯାୟୀ, ଯଦି କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ କୌଣସି କରୋନା ଯୋଦ୍ଧାଙ୍କର ମୃତ୍ୟୁ ଘଟେ ତେବେ ରାଜ୍ୟ ସରକାର ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ଜୟପୁରରେ କରୋନାକୁ ନେଇ ବର୍ତମାନ ଡୋର୍‌-ଟୁ-ଡୋର୍ ସର୍ଭେ କରାଯାଉଛି । ଏହି ସର୍ଭେ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସହଯୋଗ କରୁଥିବା ଜଣେ ପୁଲିସ୍ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପକ୍ଷରେ ରାଜସ୍ଥାନ ସରକାର ଏବେ ସାର୍ବଜନିନ ସ୍ଥାନରେ ଛେପ ପକାଇବା ଉପରେ କଟକଣା ଲାଗୁ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଘୋଷଣା କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ସାର୍ବଜନିନ ସ୍ଥାନରେ ଛେପ ପକାନ୍ତି ତେବେ ତାଙ୍କୁ ଆଇପିସିର ଧାରା ୧୮୮ ଅଧୀନରେ ଗିରଫ କରାଯାଇ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କୁ ଏଥିପାଇଁ ଏକ ମାସ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ହୋଇପାରେ କିମ୍ବା ୨୦୦ ଟଙ୍କା ଜୋରିମାନା ଭରିବାକୁ ପଡିପାରେ ।


Share It

Comments are closed.