କରୋନାରେ ଆକ୍ରାନ୍ତ ହେବା ପରେ ପିପିଇ କିଟ ପିନ୍ଧି ବିବାହ କଲେ ବର-କନ୍ୟା, ଭିଡିଓ ଭାଇରାଲ


କରୋନା ଭାଇରସ୍ ପାଇଁ ସତେ ଯେପରି ସବୁ କିଛି ବଦଳି ଯାଇଛି। ଲକଡାଉନ୍ ଉଠି ସବୁ କିଛି ସ୍ୱଭାବିକ ହୋଇଥିଲେ ମଧ୍ୟ କେତେକ ସାମାଜିକ କାର୍ଯ୍ୟ ଏବେ ବି କଟକଣା ଭିତରେ ଚାଲିଛି। ଯେପରିକି ବାହାଘର ଗୁଡିକରେ ସୀମିତ ସଂଖ୍ୟାରେ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଉଛି। ତେବେ କରୋନାକୁ ନେଇ ଏବେ ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି। ତାହା ହେଲା ରାଜସ୍ଥାନର ବାରା କେଲୱାଡା କୋଭିଡ୍ କେନ୍ଦ୍ରରେ ପିପିଇ କିଟ୍ ପିନ୍ଧି ବିବାହ ବାହାଘର ହୋଇଛି। କାରଣ ବାହାଘର ଦିନ ଝିଅ କରୋନା ପଜିଟିଭ ହୋଇଥିବା ନେଇ ଜଣାପଡିବା ପରେ ତାଙ୍କୁ କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତେବେ ଧାର୍ଯ୍ୟ କରାଯାଇଥିବା ଦିନ ଅନୁସାରେ ତାଙ୍କର ବାହାଘର ହୋଇଛି। ପିପିଇ କିଟ୍ ପିନ୍ଧି ବର-କନ୍ୟାଙ୍କୁ ବିବାହ କରିବା ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ବାହାଘର କରିବାକୁ ଆସିଥିବା ବ୍ରାହ୍ମଣଙ୍କ ସହିତ ଜଣେ ବ୍ୟକ୍ତି ମଧ୍ୟ ବର-କନ୍ୟା ସହିତ ପିପିଇ କିଟ୍ ପିନ୍ଧି ବସିଛନ୍ତି। ବିବାହ ସମାରୋହରେ କୋଭିଡ୍-୧୯ ପ୍ରୋଟୋକଲ୍ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଇ ଅଛି। ଫଟୋରେ ବର-କନ୍ୟା ହୋମକୁଣ୍ଡ ଆଗରେ ବସି ବାହାଘରର ସମସ୍ତ ବିଧିବିଧାନର ପାଳନ କରୁଛନ୍ତି। ଫଟୋରେ ଦେଖିବାକୁ ମିଳୁଛି ବାହାଘରର ସମସ୍ତ ବିଧିବିଧାନ ବେଳେ ବର ନିଜର ପିପିଇ କିଟ୍ ସହିତ ପଗଡି ପିନ୍ଧିଛନ୍ତି। ସେଭଳି କନ୍ୟା ମଧ୍ୟ ପିପିଇ କିଟ୍ ସହିତ ମୁହଁରେ ମାସ୍କ ଲଗାଇ ବସିଛନ୍ତି ଓ ହାତରେ ଗ୍ଲୋଭସ୍ ଲଗାଇଛନ୍ତି। କରୋନା କାଳରେ ଏହି ସ୍ପେଶାଲ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ମାତ୍ର କିଛି ସେକେଣ୍ଡ ଭିତରେ ହଜାର ହଜାର ଲାଇକ୍ କମେଣ୍ଟ ପାଇଛି। ଏହା ସହିତ ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହେଉଛି। ଲୋକମାନେ ଭିଡିଓକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ମଧ୍ୟ ସେୟାର କରୁଛନ୍ତି।


Share It

Comments are closed.