ଭାରତରେ ଅନୁପ୍ରବେଶ କରିସାରିଛନ୍ତି ୫ କୁଖ୍ୟାତ ଆତଙ୍କବାଦୀ, ଦେଶରେ ହାଇଆଲର୍ଟ ଜାରୀ


ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ‘ଆଇଏସଆଇ’ର ଜଣେ ଏଜେଣ୍ଟଙ୍କ ସହ ୪ ଜଣ କୁଖ୍ୟାତ ଆତଙ୍କବାଦୀ ଭାରତ ମଧ୍ୟ ପସି ଆସୁଥିବାର ବର୍ତ୍ତମାନ ସୂଚନା ମିଳିଛି । ଏଥିପାଇଁ ରାଜସ୍ଥାନ ଏବଂ ଗୁରୁରାଟ ସୀମା ସମେତ ଦେଶର ଅନେକ ସ୍ଥାନରେ ବର୍ତ୍ତମାନ ହାଇ ଆଲର୍ଟ ଜାରୀ କରାଯାଇଛି । ରାଜସ୍ଥାନ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆଇଏସଆଇ ଏଜେଣ୍ଟ ଏବଂ ତାଙ୍କ ସହ ଚାରି ଜଣ ସହଯୋଗୀ ଆତଙ୍କବାଦୀ ଆଫଗାନିସ୍ଥାନ ପାସପୋର୍ଟ ମାଧ୍ୟମରେ ଭାରତ ମଧ୍ୟକୁ ପଶି ଆସିଛନ୍ତି ।
ଏହ ମଧ୍ୟ ସୂଚନା ମିଳୁଛି ଯେ, ସେମାନେ କୌଣସି ବି ମୂହୂର୍ତ୍ତରେ ଦେଶର ଅଧିକ ଜନଗହଳୀ ଥିବା ଅଞ୍ଚଳରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟାଇ ପାରନ୍ତି । ସେଥିପାଇଁ ଏହି ସଂକ୍ରାନ୍ତରେ ଏକ ପତ୍ର ସମସ୍ତ ପୋଲିସ ଷ୍ଟେସନ ମାନଙ୍କୁ ପଠାଇ ଦିଆଯାଇଛି । ଏହି ରିପୋର୍ଟ ସାମନାକୁ ଆସିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଙ୍କ ପକ୍ଷରୁ ତଲାସି ଅଭିଯାନ ଜୋରଦାର କରାଯାଇଛି ।

ପୋଲିସଙ୍କୁ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରତ୍ୟେକ ସ୍ଥାନରେ ଚେକପୋଷ୍ଟ ଲଗାଯିବା ସହ ଅଧିକ ଜନ ଗହଳୀ ଅଞ୍ଚଳ, ହୋଟେଲ, ବସ ଷ୍ଟେସନ ଏବଂ ରେଳ ଷ୍ଟେସନ ମାନଙ୍କରେ କୌଣସି ସନ୍ଧିଗ୍ଧ ବ୍ୟକ୍ତି ଯଦି ସାମନାକୁ ଆସୁଛନ୍ତି ତେବେ ତାଙ୍କ ଉପରେ କଡା ନଜର ଯେପରି ରଖାଯିବ ।


Share It

Comments are closed.