ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେବା ପରେ ଏବେ ମନ୍ତ୍ରୀ ପଦ ପାଇପାରନ୍ତି ‘ରାଜା ସ୍ୱାଇଁ ’


ସାରା ରାଜ୍ୟରେ ବିଜେଡି ଆଶାତୀତ ସଫଳତା ପାଇବା ପରେ ବର୍ତ୍ତମାନ କିଏ ମନ୍ତ୍ରୀ ମଣ୍ଡଳୀରେ ସ୍ଥାନ ପାଇବ ତାହାକୁ ନେଇ ବର୍ତ୍ତମାନ ଠାରୁ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଗଲାଣି । ସେଥିପାଇଁ ଆଗାମୀ ୨୭ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ କେଉଁ କେଉଁ ବରିଷ୍ଠ ଓ ହେଭିୱେଟ ନେତା ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ସେଥିପାଇଁ ନବୀନ ନିବାସରେ ଅଙ୍କ କଶା ମଧ୍ୟ ଆରମ୍ଭ ହୋଇଗଲାଣି ।
ମିଳିଥିବା ସୂଚନା ମୁତାବକ ଜିଲ୍ଲା ସ୍ତରରେ ଜଣେ କିମ୍ବା ଦୁଇ ଜଣ ନେତାଙ୍କୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେବା ପାଇଁ ଯୋଜନା ଚାଲିଥିବାବେଳେ ତେବେ କିଏ ମନ୍ତ୍ରୀ ପଦ ପାଇବ ଏବଂ କିଏ ଏଥିରୁ ବାଦ ପଡିବ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଝିଛି ।
ଯଦି କଟକ ଜିଲ୍ଲା କଥା କହିବା ତେବେ ଏହି ରେସରେ ସବୁଠାର୍ୁ ଆଗରେ ରାଜା ସ୍ୱାଇଁ ନାମ ଥିବାର ଚର୍ଚ୍ଚା ଜୋର ଧରିଛି । କାରଣ ସେ ଚଳିତ ନିର୍ବାଚନରେ ପୁଣି ଥରେ ଆଠଗଡ ନିର୍ବାଚନ ମଣ୍ଡଳୀକୁ ବିଜେଡିକୁ ଭେଟି ଦେଇ ରେକର୍ଡ ସଂଖ୍ୟାକ ଭୋଟରେ ବିଜୟୀ ହୋଇଛନ୍ତି । ସାରା ଦେଶରେ ମୋଦି ଲହର ଥିବା ସତ୍ତେ୍ୱ ମଧ୍ୟ ରାଜା, ଆଠଗଡରେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ବ୍ୟବଧାରେ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
ରାଜା, ସମୁଦାୟ ୯୮,୧୧୪ ଖଣ୍ଡ ଭୋଟ ପାଇଥିବାବେଳେ ସେ ବିଜେପି ପ୍ରାର୍ଥୀଙ୍କୁ ୫୮,୦୦୦ରୁ ଉଦ୍ଧ୍ୱର୍ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହୋଇଛନ୍ତି । ଯାହାକି କଟକ ଜିଲ୍ଲାରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟାକ ଭୋଟ ହାତଇବାରେ ସଫଳ ହୋଇଛନ୍ତି । ସେ ପୂର୍ବରୁ ମନ୍ତ୍ରୀମଣ୍ଡଳରେ କ୍ରୀଡା ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଥିବାବେଳେ ଏବେ ପୁଣି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳୀକୁ ଫେରି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।


Share It

Comments are closed.