ଶ୍ରେଷ୍ଠ ନେତାଙ୍କ ଶ୍ରେଷ୍ଠ କାର୍ଯ୍ୟ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ପ୍ରଦାନ କରିବାର ନିଷ୍ପତି ନେଲେ ରାଜା ସ୍ୱାଇଁ


କରୋନା ମୁକାବିଲା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ତିନି ମାସର ଦରମା ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ ଏହା ସହ ସେ ଏହି ଦୁଃସମୟରେ ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଏହି ପାଣ୍ଠିକୁ ଦାନ କରିବା ପାଇଁ ସମସ୍ତଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ପୂର୍ବରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ-୧୯ ଫଣ୍ଡ)କୁ ଦାନ କରିଥିବାବେଳେ ଏହି କ୍ରମରେ ସେ ସମସ୍ତଙ୍କୁ ସହାୟତାର ହାତ ବଢାଇବା ପାଇଁ ଆହ୍ୱାନ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ କ୍ରମେ ଦଳ ପକ୍ଷରୁ ତତକ୍ଷଣାତ ପଦକ୍ଷେପ ନିଆଯାଇଥିବାବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରେ ବିଧାୟକ ଅମର ଶତପଥ ମଧ୍ୟ ନିଜର ୧ ମାସର ବେତନ ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।


Share It

Comments are closed.