ଆଠଗଡ ଗାଉଛି ଗୀତ, ରାଜା ଭାଇ ଆମରି ମିତ


ସାଧାରଣ ନିର୍ବାଚନକୁ ଆଉ ହାତ ଗଣତି କେଇଟା ଦିନ ବାକି ରହିଯାଇଥିବାବେଳେ, ରାଜ୍ୟ ହେଉ ଅବା ଜିଲ୍ଲା ସବୁ ଠାରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଉଥିବାବେଳେ ଏହା ଆସି ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଯଦି ଆମେ ବିଜେଡି କଥା କହିବା ତେବେ ଦଳ ସମସ୍ତ ଜିଲ୍ଲାରେ ଅଧାରୁ ଅଧିକ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବେଳେ ବର୍ତ୍ତମାନ ଆଉ ଅଳ୍ପ କେତୋଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବାକୁ ବାକି ରହିଛି ।
ଏହି ପରିପ୍ରେକ୍ଷୀରେ ଯଦି ଆମେ ଆଠଗଡ ନିର୍ବାଚନ ମଣ୍ଡଳୀ ଉପରେ ନଜର ପକାଇବା ତେବେ ଟାଣ ଖରା ସାଙ୍ଗକୁ ଏହି ନିର୍ବାଚନ ମଣ୍ଡଳୀର ଉଷ୍ମ ବାତାବରଣ ଜିଲ୍ଲା ରାଜନୀତିରେ ହେଇଚଇ ଖେଳାଇ ଦେଇଛି । କଟକ ହେଉ ଅବ ରାଜ୍ୟ, ଦୀର୍ଘ ୨୦ ବର୍ଷ ହେବ ବିଜେଡି ଗଡ ରୂପେ ଆଖ୍ୟା ପାଇଆସୁଥିବା ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ପୁଣି ଥରେ ଏଠାରେ ଆଠଗଡ ଦଖଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଦୀର୍ଘ ୨୦ ବର୍ଷ ହେବ ବିଜେଡି ପ୍ରାର୍ଥୀ ରୂପେ ରାଜା ସ୍ୱାଇଁ ଏଠାରେ ବିଜୟୀ ହୋଇ ଆସୁଥିବାବେଳେ ବର୍ତ୍ତମାନ ପୁଣିଥରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ସବୁଠାରୁ ମୁଖ୍ୟକଥା ହେଲା ରାଜାଙ୍କ ପ୍ରତି ଥିବା ନବୀନଙ୍କ ଭଲ ପାଇବାକୁ ପୁଣି ଥରେ ପ୍ରମାଣିତ ହୋଇଛି ।

ଜଣେ ଲୋକ ହୀତକାରୀ ଏବଂ ଜନମଙ୍ଗଳକାରୀ ନେତା ରୂପେ ରାଜା ସାରା ଓଡିଶାରେ ଖୁବ ଲୋକପ୍ରିୟ । ବିରୋଧୀଙ୍କ ଶତ ପ୍ରଚେଷ୍ଟା ସତ୍ତେ୍ୱ ପୂର୍ବରୁ ରାଜାଙ୍କୁ ଦଳ ତରଫରୁ ଟିକେଟ ପ୍ରଦାନ କରାଯିବା ବୋଲି ଗ୍ରୀନ ସିଗନାଲ ମିଳିିଥିବାବେଳେ ଏବେ ସୁପ୍ରିମୋ, ରାଜାଙ୍କ ମୁଣ୍ଡରେ ପୁଣି ଥରେ ମୁକୁଟ ପିନ୍ଧାଇଛନ୍ତି ।
ରାଜାଙ୍କ ଏଠାରେ ଦୃଢ ସଙ୍ଗଠନ ଥିବା ହେତୁ ବର୍ତ୍ତମାନ ବିରୋଧୀଙ୍କ ଦୂବ ପତ୍ର ମଧ୍ୟ ଏଠାରେ କଅଁଳି ପାରି ନାହିଁ । ଯାହାକି ସମସ୍ତ ବିରୋଧୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ସୂଚନାଯୋଗ୍ୟ ପୂର୍ବରୁ ଏହା କଂଗ୍ରେସର ଗଡ ଥିବାବେଳେ ଏଇ ନିର୍ବାଚନୀ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ‘ଜାନକୀ ବଲ୍ଲଭ ପଟ୍ଟନାୟକ’ଙ୍କୁ ହରାଇ ରାଜା ଏଠାରେ ନିଜର ଆଧିପତ୍ୱ ବିସ୍ତାର କରିଥିଲେ ।
ପ୍ରକାଶ ଥାଉକି, ଗତ ୨୦୧୪ ସାଧାରଣ ନିର୍ବାଚନ ଉପରେ ଯଦି ଆମେ ନଜର ପକାଇବା ସାରା ଦେଶରେ ମୋଦି ହାୱା ଥିବାବେଳେ ଏଠାରେ ବିଜେଡି ପ୍ରାର୍ଥୀ ରାଜା ସ୍ୱାଇଁ ବେଶ ଆଶାତିତ ସଫଳତା ହାସଲ କରିଥିଲେ । ବିଜେଡି ଏଠାରେ ୭୦ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ କଂଗ୍ରେସ ୨୩ ପ୍ରତିଶତ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ବିଜେପି ୫ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ୨୦୧୪ରେ ସାରା ଦେଶରେ ମୋଦି ହାୱା ଥିବା ସତ୍ତେ୍ୱ ବିଜେପିର ଏଠାରେ ଦୂବ ପତ୍ର ମଧ୍ୟ କଅଁଳୀ ପାରିନଥିଲା । ଆଠଗଡରେ ରାଜାଙ୍କର ଉନ୍ନତ ଲୋକ ସଂପର୍କ ଏବଂ ଉନ୍ନୟନ ମୂଳକ କାମ କରି ସାରା ସେ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହେବେ ବୋଲି ଦଳ ବେଶ ଆଶାଦାବୀ ରହିଛି ।


Share It

Comments are closed.