ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତା ‘ପ୍ରତିକ ବବର’


ଆଜି ହେଉଛି ବଲିଉଡ ଅଭିନେତା ତଥା ବରିଷ୍ଠ କଂଗ୍ରେସ ନେତା ‘ରାଜ ବବର’ଙ୍କ ପୁଅ ‘ପ୍ରତିକ ବବର’ଙ୍କ ବିବାହ ଉତ୍ସବ । ପ୍ରତୀକ ନିଜ ବାଲ୍ୟବନ୍ଧୁ ତଥା ପ୍ରେମିକା ‘ସନ୍ୟା ସାଗର’ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଗତ ବର୍ଷ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିବାବେଳେ ଆଜି ହେଉଛି ତାଙ୍କ ବିବାହ ଉତ୍ସବ । ପ୍ରତୀକ ହେଉଛନ୍ତି ରାଜଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ । ତାଙ୍କ ବିବାହ ଉତ୍ସବ ମୋହନଲାଲଗଞ୍ଜସ୍ଥିତ ଏକ ରିସୋର୍ଟରେ ହେବାକୁ ଥିବାବେଳେ ରିସେପସନ ମୁମ୍ବାଇରେ ହେବ ବୋଲି ନିଶ୍ଚିନ୍ତ ହୋଇ ସାରିଛି ।
ଏହି ବିବାହ ଉତ୍ସବରେ ଅନେକ ବଡ ବଡ ନେତାଙ୍କ ସମେତ ବିଶିଷ୍ଟ ଅଭିନେତା ମଧ୍ୟ ସାମିଲ ହୋଇପାରନ୍ତି । ବିବାହ ଉତ୍ସବରେ ରାହୁଲ ଗାନ୍ଧୀ, ମାୟାବତୀ, ଅଖିଳେଶ ସିଂହ ଏବଂ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ପ୍ରତୀକ ବବରଙ୍କ ଭାବି ସ୍ତ୍ରୀ ‘ସନ୍ୟା ସାଗର’ ମଧ୍ୟ ଜଣେ ରାଜନୈତିକ ପରିବାର ସହ ସମ୍ବୋନ୍ଧ ରଖୁଛନ୍ତି । ତାଙ୍କ ପିତା ପୱନ ସାଗର ବହୁଜନ ସାମାଜବାଦୀ ପାର୍ଟିର ଜଣେ ଲୋକପ୍ରିୟ ନେତା । ସନ୍ୟା ନିଫ୍ଟରେ ସ୍ନାତକ ହାସଲ କରିଥିବାବେଳେ ଫିଲ୍ମ ନିର୍ମାଣରେ ଡିପ୍ଲୋମା କରିବା ପାଇଁ ଲଣ୍ଡନ ମଧ୍ୟ ଯାଇସାରିଛନ୍ତି । ସନ୍ୟା ପେସାରେ ଜଣେ ଲେଖକ, ଡାଇରେକ୍ଟର ଏବଂ ଏଡିଟେର ଅଟନ୍ତି ।
ସେହିଭଳି ୩୨ ବର୍ଷିୟ ପ୍ରତୀକ ମଧ୍ୟ ଜଣେ ବଲିଉଡ ଅଭିନେତା ଅଟନ୍ତି ସେ ପୂର୍ବରୁ ବାଗୀ-୨, ଏକ ଥା ଦିୱାନା ଏବଂ ଜାନେ ତୁ ୟା ଜାନେ ନା ଭଳି ଅନେକ ଗୁଡିଏ ଫିଲ୍ମ କରିସାରିଥିବାବେଳେ ଏବେ ସୁଶାନ୍ତ ସିଂହ ଏବଂ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଛିଚୋରେ’ରେ ନଜର ଆସିବାକୁ ଯାଉଛନ୍ତି ।


Share It

Comments are closed.