ରେନ୍‌ବୋ ଚିଲ୍‌ଡ୍ରେନ୍‌ସ ହାର୍ଟ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏକ ୨୭ ସପ୍ତାହର ଭୃଣରେ ବିଶ୍ୱର ପ୍ରଥମ ଫେଟାଲ୍ ଆଓର୍ଟିକ୍ ଭାଲ୍‌ଭୁପ୍ଲାଷ୍ଟି ସମ୍ପନ୍ନ

Share It

ଭୁବନେଶ୍ୱର: ଏକ ବଡ଼ ଧରଣର ମେଡିକାଲ୍ ସଫଳତା ସ୍ୱରୂପ ରେନ୍‌ବୋ ଚିଲ୍‌ଡ୍ରେନ୍‌ସ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ବିବିଧ ଡାକ୍ତରଙ୍କ ଏକ ଟିମ୍ ପକ୍ଷରୁ ସଫଳତାର ସହ ଏକ ୨୭ ସପ୍ତାହର ଭୃଣରେ ଫେଟାଲ୍ ବେଲୁନ୍ ଆଓର୍ଟିକ ଭାଲ୍‌ଭୁପ୍ଲାଷ୍ଟି ସମ୍ପନ୍ନ କରାଯାଇଛି। ଜଟିଳ ଆଓର୍ଟିକ ଷ୍ଟେନୋସିସ୍‌ରେ ପୀଡ଼ିତ ଥିବା ଭୃଣରେ ଏହା ଥିଲା ଏକ ଜୀବନରକ୍ଷାକାରୀ ହସ୍ତକ୍ଷେପ। ଏକ ଡିଭାଇସ୍ ଜରିଆରେ ଛିଦ୍ର କରାଯାଇଥିବା ଅଂଚଳକୁ ବନ୍ଦ କରାଯାଇଥିଲା ଯାହା ବିଶ୍ୱରେ ପ୍ରଥମ ବୋଲି ବିଚାର କରାଯାଉଛି। ହସ୍ପିଟାଲ୍‌ର ପେଡିଆଟ୍ରିକ୍ କାର୍ଡିଓଲୋଜିଷ୍ଟ ମୁଖ୍ୟ ଡକ୍ଟର କୋନେଟି ନାଗେଶ୍ୱର ରାଓ, ପେଡିଆଟ୍ରିକ୍ କାର୍ଡିଓଲୋଜିଷ୍ଟ ଡକ୍ଟର ଶ୍ୱେତା ବଖରୁ, ପେଡିଆଟ୍ରିକ୍ କାର୍ଡିଓଲୋଜିଷ୍ଟ ଡକ୍ଟର ଶ୍ରୀ ଫନି ଭାର୍ଗବି ଧୁଲିପୁଡି ଏହାର ନେତୃତ୍ୱ ନେଇଥିଲେ ଯେଉଁ ଦଳରେ ଫେଟାଲ୍ ମେଡିସିନ୍ ସ୍ପେସିଆଲିଷ୍ଟ, ଇଂଟରଭେସନାଲ୍ କାର୍ଡିଓଲୋଜିଷ୍ଟ ଓ ଅବଷ୍ଟ୍ରେଟ୍ରିସିଆନ୍ ମଧ୍ୟ ଥିଲେ।
ଉନ୍ନତ ଇମେଜିଂ ବେଳେ ଭୃଣରେ ଆଓର୍ଟିକ ଭାଲ୍‌ଭ ଅତ୍ୟନ୍ତ ଅଣଓସାରିଆ ଥିବା ଜଣାପଡ଼ିବା ପରେ ଅତି ଯତ୍ନର ସହ ଏହି କାର୍ଯ୍ୟ କରାଯାଇଥିଲା। ଛିଦ୍ର ଅଂଚଳକୁ ଏକ ଡିଭାଇସ୍ ଜରିଆରେ ବନ୍ଦ କରିବା ଏକ ଅଭିନବ ପଦକ୍ଷେପ ଥିଲା।
ଫେଟାଲ୍ ବେଲୁନ୍ ଆଓର୍ଟିକ ଭାଲ୍‌ଭୁପ୍ଲାଷ୍ଟିରେ ସଫଳତା ହାର ସାଧାରଣତଃ ୭୦ ପ୍ରତିଶତ, ଯେଉଁଥିରେ ଛୋଟ ଛୁଂଚି ଓ ମଧ୍ୟମ ବେଲୁନ୍ ବ୍ୟବହାର ହୋଇଥାଏ। ମାତ୍ର ଏହି ମାମାରେ ହୃତପିଣ୍ଡରୁ ରକ୍ତ ସ୍ରାବ ହେବା ପରେ ଏକ ବଡ଼ ଛୁଂଚି ଓ ବଡ଼ ବେଲୁନ ଜରିଆରେ କାର୍ଯ୍ୟ କରାଯାଇଥିଲା। ମା’ର ପେଟ ଓ ଗର୍ଭଶାୟ ଦେଇ ଛୁଂଚିକୁ ଭୃଣର ହାର୍ଟ ପର୍ଯ୍ୟନ୍ତ ନିଆଯାଇଥିଲା ଓ ଅଲଟ୍ରାସାଉଣ୍ଡ ଜରିଆରେ ସ୍ଥିତି ଉପରେ ନଜର ରଖାଯାଇଥିଲା। ଅବରୋଧକୁ ଏଡ଼ାଇବା ଓ ରକ୍ତ ପ୍ରବାହକୁ ସ୍ୱାଭାବିକ କରିବା ଲାଗି ଏହା ପରେ ଆଓର୍ଟିକ ଭାଲ୍‌ଭ ଜରିଆରେ ଏକ ବେଲୁନ୍ କ୍ୟାଥେଟର ବ୍ୟବହାର କରାଯାଇଥିଲା।
ଏହି ପ୍ରକ୍ରିୟା ପରେ ଭୃଣର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ପ୍ରସବ ସମୟରେ ଏକ ଉତମ ଶିଶୁ ଜନ୍ମ ହେବା ସହ ତାହାର ସମସ୍ତ ସ୍ୱାସ୍ଥ୍ୟଗତ ମାନଦଣ୍ଡ ଠିକ୍ ରହିଥିଲା ଯାହା ଏହି ପ୍ରକ୍ରିୟାକୁ ଫେଟାଲ୍ କାର୍ଡିଓଲୋଜି ଓ ଇଂଟରଭେନ୍‌ସନାଲ୍ ମେଡିସିନ୍‌ରେ ଏକ ମାଇଲଖୁଂଟରେ ପରିଣତ କରିପାରିଛି।
ଏହି ସଫଳତା ସମ୍ପର୍କରେ ରେନବୋ ଚିଲଡ୍ରେନ୍‌ସ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ପେଡିଆଟ୍ରିକ୍ କାର୍ଡିଓଲୋଜିଷ୍ଟ ମୁଖ୍ୟ ଡକ୍ଟର କୋନେଟି ନାଗେଶ୍ୱର ରାଓ କହିଛନ୍ତି ଯେ, “ଫେଟାଲ ଚିକିତ୍ସାର ପରିସରକୁ ବ୍ୟାପକ କରିବରେ ଆମ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ସଫଳତା। ଏଭଳି ଏକ ଗମ୍ଭୀର ଓ ବିପଦପୂର୍ଣ୍ଣ ମାମଲାରେ ଏକ କ୍ଲୋଜର ଡିଭାଇସ୍‌କୁ ସଫଳତାର ସହ ବ୍ୟବହାର କରିବା ନବସୃଜନର ଶକ୍ତି ଓ ପ୍ରସବ ପୂର୍ବରୁ ଜୀବନ ରକ୍ଷାକାରୀ ଦଳଗତ କାର୍ଯ୍ୟକୁ ଦର୍ଶାଉଛି।’
ରେନ୍‌ବୋ ଚିଲ୍‌ଡ୍ରେନ୍‌ସ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ରମେଶ କଂଚର୍ଲା ଏହି ଐତିହାସିକ ସଫଳତା ପାଇଁ ହସ୍ପିଟାଲ୍‌ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଉତ୍କର୍ଷ ପ୍ରତି ସେମାନଙ୍କ ସପର୍ମଣ, ବିଶେଷତା ଓ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିବା ସହ ଏଭଳି ଆଭିମୁଖ୍ୟ ଭବିଷ୍ୟତରେ ଶିଶୁ ଯତ୍ନରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଆଣିବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି।


Share It

Comments are closed.