ଟି-୨୦ରେ ଦ୍ରୁତ୍ତତମ ୧୦୦୦ ରନ ସଂଗ୍ରହ ପାଇଁ ରାହୁଲଙ୍କ ପାଖରେ ରହିଛି ସୁଯୋଗ


ଭାରତୀୟ ବ୍ୟାଟ୍ସମ୍ୟାନ ‘କେଏଲ ରାହୁଲ’ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ଆନ୍ତର୍ଜାତିକ କ୍ରିକେଟରେ ଏକ ନୂଆ ରେକର୍ଡର ଅଧିକାରୀ ହୋଇପାରନ୍ତି । ବର୍ତ୍ତମାନ ଭାରତ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଗସ୍ତରେ ଥିବାବେଳେ ଦଳ ଏଠାରେ ୩ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଅନ୍ୟପଟେ ରାହୁଲଙ୍କ ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ହୋଇପାରେ କାରଣ ଟି-୨୦ରେ ଦ୍ରୁତ୍ତତମ ୧୦୦୦ ରନ ସଂଗ୍ରହ କରିବାରେ ସେ ଆଉ ମାତ୍ର ୧୨୧ ପଛରେ ଅଛନ୍ତି ।
ଯଦି ରାହୁଲ ଏହି କୀର୍ତ୍ତି ହାସଲ କରିନିଅନ୍ତି ତେବେ ସେ ଆନ୍ତର୍ଜାତିକ ଟି-୨୦ କ୍ରିକେଟରେ ଦ୍ରୁତତ୍ତମ ୧୦୦୦ ରନ ସଂଗ୍ରହ କରିବାରେ ସର୍ବପ୍ରଥମ ଖେଳାଳି ହୋଇଯିବେ । ଯଦି ରାହୁଲ ଏହିଭଳି କରନ୍ତି ତେବେ ସେ, ୨୫ଟି ଇଂନିସରେ ଏହି ଉପଲବ୍ଧି ହାସଲ କରିନେବେ । ବର୍ତ୍ତମାନ ଟି-୨୦ରେ ଦ୍ରୁତତ୍ତମ ୧୦୦୦ ରନ ସଂଗ୍ରହ କରିବାର ରେକର୍ଡ ପାକିସ୍ତାନର ବାବାର ଆଜମାଙ୍କ ନାମରେ ରହିଥିବାବେଳେ ସେ ୨୬ଟି ଇଂନିସରେ ୧୦୦୦ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ବାବରଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଯିଏକି ୨୭ଟି ଇଂନିସରେ ୧୦୦୦ ରନ ସଂଗ୍ରହ କରିଛନ୍ତି ।


Share It

Comments are closed.