ୱାଏନାଡା ଏବଂ କେରଳର ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆଗକୁ ଆସିଲେ ରାହୁଲ


କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ୱାଏନାଡାରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ସେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ସଂକ୍ରାନ୍ତରେ କଥାହୋଇ ତାଙ୍କ ଠାରୁ ସହାୟତା ଲୋଡିଛନ୍ତି । ମିଳିଥିବା ସୂଚନା ମୁତାବକ, ରାହୁଲ କେରଳ ତଥା ଖାସକରି ୱାଏନାଡାରେ ବନ୍ୟା ଏବଂ ଭୂସ୍ପଳନରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଯଥା ସମ୍ଭବ ଏବଂ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ।
ଏହା ପୂର୍ବରୁ ରାହୁଲ, ଦେଶର ଅନେକ ଅଞ୍ଚଳ ଏବଂ କେରଳରେ ଆସିଥିବା ଭୟାବହ ବନ୍ୟା ପରିସ୍ଥିତି ପାଇଁ ଚିନ୍ତା ପ୍ରକଟ କରି କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ରାହୁଲ ଆହୁରୀ ମଧ୍ୟ କହିଛନ୍ତି ୱାଏନାଡରେ ଉପୁଜିଥିବା ପରିସ୍ଥିତି ଏବଂ ପ୍ରଭାବିତ ଲୋକଙ୍କୁ କିପରି ଅଧିକରୁ ଅଧିକ ସୁବିଧା ପହଞ୍ଚାଇଯାଇପାରିବ ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିବେ ।


Share It

Comments are closed.