ରାହୁଲଙ୍କୁ ମିଳିଲା କ୍ରିକେଟ ଜଗତର ସବୁଠାରୁ ବଡ ସମ୍ମାନ


କ୍ରିକେଟ ଜଗତରେ ‘ଦ ୱାଲ’ ନାମରେ ଲୋକପ୍ରିୟ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କୁ ଆଇସିସି ପକ୍ଷରୁ ‘ହଲ ଅଫ ଫେମ’ସମ୍ମାନରେ ସମ୍ମାନିତ କରାଯାଇଛି । ରାହୁଲ ବର୍ତ୍ତମାନ ଭାରତୀୟ ଏ ଦଳର ପ୍ରମୁଖ କୋଚର ଦାୟିତ୍ୱରେ ଅଛନ୍ତି । ଏହି ସମ୍ମାନ ହାସିଲ କରିବାରେ ରାହୁଲ ହେଉଛନ୍ତି ୫ମ ଭାରତୀୟ । ତାଙ୍କ ସମେତ ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ ‘ରିକି ପଣ୍ଟିଙ୍ଗ’(୧୯୯୫-୨୦୧୨) ଏବଂ ଇଂଲଣ୍ଡର ମହିଲା କ୍ରିକେଟର କ୍ଲେୟାର ଟେଲର (୧୯୯୮-୨୦୧୧)ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ଆଇସିସି ପକ୍ଷରୁ ଆୟରଲ୍ୟାଣ୍ଡର ଡବଲିଙ୍ଗ ଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ରାହୁଲଙ୍କ ନାମ ଘୋଷଣା କରାଯାଇଛି । ଭାରତୀୟ ସମୟ ଅନୁଯାୟୀ ରବିବାର ବିଳମ୍ବିତ ରାତ୍ରିରେ ତାଙ୍କ ନାମକୁ ଘୋଷଣ କରାଯାଇଛି । ଦ୍ରାବିଡଙ୍କ ପୂର୍ବରୁ ଏହି ସମ୍ମାନ ୨୦୧୫ରେ ଅନିଲ କୁମ୍ବଲେଙ୍କୁ ମିଳିଥିବା ବେଳେ ଏହା ପୂର୍ବରୁ ବିଷନ ସିଂହ ବେଦି,କପିଲ ଦେବ ଏବଂ ସୁନିଲ ଗାଭାସ୍କରଙ୍କୁ ୨୦୦୯ ମସିହାରେ ଏହି “ଆଇସିସସି କ୍ରିକେଟ ହଲ ଅଫ ଦି ପେମ ” ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ରାହୁଲ ବର୍ତ୍ତମାନ ଇଣ୍ଡିଆ ଏର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଥିବାରୁ ସେଥି ପାଇଁ ସେ ଆଇସିସି ପକ୍ଷରୁ ଆୟୋଜିତ ଏହି ସମାରୋହରେ ଯୋଗ ଦେଇପାରି ନଥିଲେ । ଏହି ପରିପ୍ରେକ୍ଷୀରେ ରାହୁଲ କହିଥିଲେ ଯେ, ଭିଡିଓ ସନ୍ଦେଷ ମାଧ୍ୟମରେ ଆଇସିସି ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ବଶିଷ୍ଟ ସାମ୍ମାନ ପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ । ସେଥି ପାଇଁ ମୁଁ ଆଇସିସିକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଏହି ସମ୍ମାନରେ ସାମ୍ମାନିତ ହୋଇ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ସେ ମଧ୍ୟ କହିଥିଲେ “ ଏକ କ୍ରିକେଟର ହେବାର ଯାତ୍ରାରେ ଯୁବ ଖେଳାଳୀ ରୂପେ ମୁଁ ଯେଉଁ ବ୍ୟକ୍ତିମାନଙ୍କର ଖେଳ ଦେଖି ବଡ ହୋଇଛି ଏବଂ ଯେଉଁମାନଙ୍କୁ ନିଜ ଆଦର୍ଶ ମାନିଥିଲି, ସେମାନଙ୍କ ସହ ମୋ ନାମ ଯୋଡି ହେବା ଏକ ସୌଭାଗ୍ୟର କଥା ” ।

ସେ ନଜ ପରିବାରବର୍ଗ ଏବଂ ଆତ୍ମିୟଙ୍କୁ ଧନ୍ୟବାଦ ଦେବାକୁ ଯାଇ କହିଥିଲେ ଯେ, “ଯେଉଁମାନେ ମୋତେ ମୋ କ୍ୟାରିୟରରେ ଆଗୁକୁ ବଢାଇବା ପାଇଁ ପ୍ରେରଣା ସହ ମୋ ସ୍ୱପ୍ନକୁ ସାକାର କରିବାରେ ସହଯୋଗ କରିଥିଲେ ସେହି ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବା ଚାହିଁଛୁ ” । ମୋ ମା ବାପା ଓ ସ୍ତ୍ରୀ , ପିଲା ଛୁଆ ଓ ମୋର ସମସ୍ତ ସାଙ୍ଗ ଏବଂ ସାଥି ଖେଳଳୀଙ୍କୁ ଧନ୍ୟବାଦ ଜଣାଇବା ସହ ମୋ ବିରୋଧି ଖେଳାଳୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଚାହିଁଛି ଯେଉଁମାନେ ମୋ ଖେଳକୁ ଉନ୍ନତ କରିବାରେ ସହାୟକ ହୋଇଥିଲେ ।


Share It

Comments are closed.