କରୋନାରେ ଆଖି ବୁଜିଲେ ପୂର୍ବତ୍ତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ର


ନିକଟରେ ପଦ୍ମ ବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କୋଭିଡରେ ପରଲୋକ ହୋଇଥିଲା। ତାର କିଛିଦିନ ନଯାଉଣୁ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି। କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ପ୍ରଶାନ୍ତ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ପରଲୋକ ହୋଇଛି। ଏନେଇ ଏମସ୍‌ ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସୂଚନା।

ସୂଚନାଯୋଗ୍ୟ, ୪୭ବର୍ଷୀୟ ପ୍ରଶାନ୍ତ ଜଣେ ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍‌ ରେଫରୀ ଥିଲେ । ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଯାଇଛି ।


Share It

Comments are closed.