ସର୍ବଧର୍ମ ପୂଜା ପରେ ବାୟୁସେନାରେ ସାମିଲ ହେଲା ରାଫେଲ


ଅମ୍ବାଲା ଏୟାରବେଶରେ ଗୁରୁବାର ଦିନ ଆୟୋଜିତ ସମାରୋହରେ ୫ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହି ସମୟରେ ରାଫେଲ ବିମାନ ଏୟାର ଶୋ’ କରିଥିଲେ । ଏହି ସମୟରେ ପାରମ୍ପରିକ ସର୍ବଧର୍ମ ପୂଜା କରାଯାଇଥିଲା ।
ଧର୍ମଗୁରୁ ଦେଶର ଶାନ୍ତି ପାଇଁ ଓ ଯବାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ । ପ୍ରଥମେ ମନ୍ତ୍ର ଉଚ୍ଚାରଣ କରି ପୂଜାରୀ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହାପରେ ମୁସଲିମ ଧର୍ମଗୁରୁ ମଧ୍ୟ ମନ୍ତ୍ର ପଢିଥିଲେ । ଯବାନଙ୍କୁ ଶକ୍ତି ଦେବା ପାଇଁ ମୁସଲିମ ଧର୍ମଗୁରୁ ପ୍ରାର୍ଥନା କରିଥିଲେ । ଏହାସହ ଆଲ୍ଲା ଦେଶର ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଶିଖ ଧର୍ମଗୁରୁ ବାୟୁସେନାର ସଫଳତା ପାଇଁ ଅରଦାସ ଓ ବାୟୁସେନାର ଶକ୍ତି ବଢାଇବା ପାଇଁ ବାହେଗୁରୁଙ୍କୁ ପ୍ରାର୍ଥନା କରିଥିଲେ । ଅରଦାସ ଅନ୍ତରେ ଶିଖ ଧର୍ମଗୁରୁ ‘ଜୋ ବୋଲେ ସୋ ନିହାଲ’ ଜୟଘୋଷ କରିଥିଲେ । ଶେଷରେ ଈସାଈ ଧର୍ମଗୁରୁ ବାଇବେଲର କିଛି ପଂକ୍ତି ପଢିଥିଲେ । ନୂଆ ଅସ୍ତ୍ର ସହ ସେନାର ଶକ୍ତି ବୃଦ୍ଧି ପାଉ ଏବଂ ଦେଶ ବିଜୟୀ ହେଉ ବୋଲି ସେ ପ୍ରାର୍ଥନା କରିଥିଲେ ।


Share It

Comments are closed.