ଭାରତୀୟ ବାୟୁସେନାରେ ରାଫେଲର ପ୍ରବେଶ, ସୁଖୋଇ ଯୁଦ୍ଧ ବିମାନ କରିଛନ୍ତି ଏସକର୍ଟ, ଦେଖନ୍ତୁ ଭିଡିଓ


ପାଞ୍ଚଟି ରାଫାଲ ବିମାନ ଭାରତ ସୀମାରେ ପ୍ରବେଶ କରିଛି। କିଛି ମିନିଟରେ ପାଞ୍ଚଟି ରାଫାଲ ବିମାନ ଅମ୍ବାଲା ଏୟାରବେସରେ ଅବତରଣ କରିବ। ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ରାଫେଲ ବିମାନଗୁଡିକୁ INS କୋଲକାତା ଦ୍ୱାରା ସ୍ୱାଗତ କରାଯାଇଥିଲା। ଏହା ପରେ ଦୁଇଟି ସୁଖୋଇ ଯୁଦ୍ଧ ବିମାନ ପାଞ୍ଚଟି ରାଫାଲ ବିମାନକୁ ନେଇ ଯାଇଥିଲେ।

ପାଞ୍ଚଟିଯାକ ରାଫାଲ ବିମାନ କିଛି ମିନିଟରେ ଅମ୍ବାଲା ଏୟାରବେସରେ ପହଞ୍ଚିବାକୁ ଯାଉଛନ୍ତି। ୧୭ ଟି ଗୋଲଡେନ୍ ଆରୋ ସ୍କ୍ବାଡ୍ରୋନ କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପଟେନ ହରକିରତ ସିଂଙ୍କ ନେତୃତ୍ୱରେ ଏହି ବିମାନଗୁଡିକ ଫ୍ରାନ୍ସରୁ ଭାରତକୁ ପାଇଲଟ୍ କରାଯାଉଛି।


ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ରାଫେଲ ବିମାନଗୁଡ଼ିକର ଭାରତୀୟ ଏୟାରସ୍ପସରେ ପ୍ରବେଶ କରିବା ପରେ ସେମାନଙ୍କୁ ଦୁଇଟି ସୁଖୋଇ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସକୁ ଆଡ଼କୁ ନେଇଯଆଉଛନ୍ତି ।


Share It

Comments are closed.