ଭାଲେଣ୍ଟାଇନ ଡେ’ ରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ ‘ରାଧେଶ୍ୟାମ’ର ଟିଜର୍, ଲଭର୍ ବଏ ଭୂମିକାରେ ନଜର ଆସିବେ ପ୍ରଭାସ

0

ଚଳିତ ବର୍ଷ ଭାଲେଣ୍ଟାଇନ୍ସ ୱିକ୍‌କୁ ଅଧିକ ସୁନ୍ଦର କରିବା ପାଇଁ ଫିଲ୍ମ ‘ରାଧେଶ୍ୟାମ’ ର ନିର୍ମାତା, ଅଭିନେତା ପ୍ରଭାସଙ୍କର ଏକ ଛୋଟ ଝଲକ୍ ରିଲିଜ୍ କରିଛନ୍ତି । ଏହି ମନଲୋଭା ପୋଷ୍ଟରରେ ପ୍ରଭାସ ତାଙ୍କ ନାୟିକାଙ୍କ ସହିତ ରୋମ୍‌ ର ଏକ ସଡ଼କରେ ଛିଡା ହୋଇଥିବା ନଜର ଆସିଛନ୍ତି ।

ଦର୍ଶକମାନେ ପ୍ରଭାସଙ୍କୁ ଏହି ଫିଲ୍ମରେ ଜଣେ ଲଭର୍ ବଏ ଭୂମିକାରେ ପୂଜା ହେଗଡେଙ୍କ ସହିତ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ । ନିର୍ମାତା ‘ରାଧେଶ୍ୟାମ’ର ଟିଜର୍ ଲଞ୍ଚ୍ ପାଇଁ ଘୋଷଣା କରିଛନ୍ତି ଯାହାକୁ ଭାଲେଣ୍ଟାଇନ୍ ଡେ ଦିନ ୯ ଟା ୧୮ ରେ ରିଲିଜ୍ କରାଯିବ । ଫିଲ୍ମର ଦମଦାର ପ୍ରି-ଟିଜର ପରେ, ପାଖାପାଖି ଦଶ ବର୍ଷ ପରେ ଦର୍ଶକ ପ୍ରଭାସଙ୍କୁ ପୁଣି ଥରେ ରୋମାଣ୍ଟିକ ଲାଇଟ୍ ରେ ଦେଖିବାକୁ ଉତ୍ସାହର ସହିତ ଆପେକ୍ଷା କରି ରହିଛନ୍ତି । ପ୍ରଭାସ ଭାରତର ସବୁଠାରୁ ଡିସାଇରେବୁଲ ଅଭିନେତା ଏବଂ ତାଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବା ଏକ ଟ୍ରିଟ୍ ଭଳି ହୋଇଥାଏ ।

ନିର୍ଦେଶକ ରାଧା କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ‘ରାଧେଶ୍ୟାମ’ ଏକ ବହୁଭାଷୀ ଫିଲ୍ମ ହେଵ ଏବଂ ଏହା ଟି-ସିରିଜ୍ ଦ୍ୱାରା ପ୍ରସ୍ତୁତ ହେଵ । ୟୁବି କ୍ରିଏସନ୍ ଦ୍ୱାରା ଏହା ନିର୍ମିତ । ଫିଲ୍ମରେ ପ୍ରଭାସ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସଚିନ ଖେଡକର, ପ୍ରିୟଦର୍ଶୀ, ଭାଗ୍ୟଶ୍ରୀ, ମୁରଲୀ ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ଭୂଷଣ କୁମାର, ଵାମସୀ ଏବଂ ପ୍ରମୋଦଙ୍କ ଦ୍ୱାରା ଏହି ଫିଲ୍ମଟି ନିର୍ମିତ ହୋଇଛି ।

Leave A Reply

Your email address will not be published.