ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରାଚେଲ ହେନ୍‌ସ


ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପ ଅଧିନାୟିକା ରାଚେଲ ହେନ୍‌ସ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଗାମୀ ମହିଳା ବିଗ୍‌ବାସ ଲିଗ୍‌ ରାଚେଲଙ୍କ ଶେଷ ଘରୋଇ ସିଜିନ ହେବ। ୩୫ ବର୍ଷୀୟ ବାମହାତୀ ବ୍ୟାଟର ରାଚେଲ ୨୦୦୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୧୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନରେ ରାଚେଲ ଅଷ୍ଟ୍ରେଲୀୟ ମହିଳା କ୍ରିକେଟ ଦଳର ମଧ୍ୟଭାଗରେ ପ୍ରମୁଖ ଖେଳାଳି ରହିଥିଲେ। ସେ ୮୪ଟି ଟ୍ୱେଣ୍ଟି୨୦ ମ୍ୟାଚ, ୭୭ଟି ଦିନିକିଆ ଓ ୬ଟି ଟେଷ୍ଟ ମ୍ୟାଚ ଖେଳି ପାଖାପାଖି ୪୦୦୦ ରନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ପଦାର୍ପଣରେ ହେନ୍‌ସ ୯୮ରନ କରିଥିଲେ। ସେହିପରି ଘରୋଇ କ୍ରିକେଟ ବିଗ୍‌ବାସ୍‌ ଲିଗରେ ନ୍ୟୁ ସାଉଥ ୱେଲ୍‌ସ ପକ୍ଷରୁ ମଧ୍ୟ ଖେଳିଛନ୍ତି। ୨୦୧୮ରେ ଅଷ୍ଟ୍ରେଲିଆ ଜାତୀୟ ଟ୍ବେଣ୍ଟି୨୦ ଦଳର ଉପ ଅଧିନାୟିକା ନିଯୁକ୍ତ ହୋଇଥି​ଲେ। ୨୦୨୦ ଦିନିକିଆ ବିଶ୍ବକପ ଓ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟା ରହିଥିଲେ। ରାଚେଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କହିଛନ୍ତି ଯେ, କ୍ଲବ, ରାଜ୍ୟ, କୋଚ, ପରିବାର ଓ ବନ୍ଧୁମାନଙ୍କଠାରୁ ବିଶେଷ ମୋର ସମର୍ଥନ ପାଇଛି। ବିଶେଷ ଭ​‌ାବେ ରାଚେଲ ମ​‌ା​‌ ଜେନି, ପିତା ଇଆନ ଓ ସାଥି ଲିଆଙ୍କୁ ଅଦମ୍ୟ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି।


Share It

Comments are closed.