ବିଜେପିରେ ଯୋଗଦେଲେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ‘ରିୱା ଜାଡେଜା’


ଭାରତୀୟ କ୍ରିକେଟ ଦଳର ଅଲ-ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ‘ରିୱା ଜାଡେଜା’ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେ ଗୁରୁରାଟର କୃଷିମନ୍ତ୍ରୀ ‘ଆରସି ଫାଲଦୁ’ ଏବଂ ସାସଂଦ ‘ପୁନମ ମଦମ’ଙ୍କ ଉପସ୍ଥିତିରେ ବିଜେପିର ଯୋଗଦାନ କରିଛନ୍ତି । ରିୱା ହେଉଛନ୍ତି ରାଜକୋଟ ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ଏ କ୍ଲାସ କଣ୍ଟ୍ରାକ୍ଟର ‘ହରଦେବ ସିଂହ ସୋଲାଙ୍କି’ଙ୍କ ଝିଅ । ସବୁଠାରୁ ମୁଖ୍ୟ କଥା ହେଉଛି ରିୱା ବିଜେପିରେ ଯୋଗଦେଇଥିବାବେଳେ ତାଙ୍କର ଦାଦା ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଟ ନେତା ।
ତାଙ୍କର ଦାଦାଙ୍କ ନାମ ‘ହରିସିଂହ ସୋଲାଙ୍କି’ ଥିବାବେଳେ ସେ ହେଉଛନ୍ତି ଗୁଜୁରାଟ କଂଗ୍ରେସର ଜଣେ ବରିଷ୍ଠ ନେତା । ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ତାଙ୍କର କାର୍ଯ୍ୟଶୈଳୀରୁ ପ୍ରେରିତ ହୋଇ ରିୱା ବିଜେପିରେ ଯୋଗଦେଇଛନ୍ତି ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି ରିୱା ୨୦୧୬ ଅପ୍ରେଲ ୧୭ରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ସେ ଗତ ବର୍ଷ ମଝି ରାସ୍ତାରେ ପୁଲିସ କନେଷ୍ଟବଳଙ୍କ ସହ ଝଗଡା କରି ଚର୍ଚ୍ଚାର ପରିସରକୁ ଆସିଥିଲେ ।


Share It

Comments are closed.