ଆର୍ ଆର୍ କାବିଲ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ସେପ୍ଟେମ୍ବର ୧୩ରେ ଖୋଲିବ


ଭୁବନେଶ୍ୱର: ଆର୍ ଆର୍ କାବିଲ ଲିମିଟେଡ୍‌ର ଇନିସିଆଲ ପବ୍ଳିକ୍ ଅଫର (ଆଇପିଓ) ୨୦୨୩ ସେପ୍ଟେମ୍ବର ୧୩ରେ ଖୋଲିବ । ଏହି ଅଫରରେ ୧୮୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବାକୁ ଥିବା ବେଳେ ଅଫର ଫର୍ ସେଲ୍ ଜରିଆରେ ୧୭,୨୩୬,୮୦୮ ଇକ୍ୱିଟି ସେୟାର ଉପଲବ୍ଧ କରାଯିବ । ଏହି ଅଫରରେ ୧୦.୮ କୋଟି ଟଙ୍କାର ଇକ୍ୱିଟି ସେୟାର କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିବ । କର୍ମଚାରୀଙ୍କୁ ସେୟାର ପିଛା ୯୮ ଟଙ୍କାର ରିହାତି ଦିଆଯିବ । କର୍ମଚାରୀଙ୍କ ବାଦର ଅଫରକୁ ନେଟ୍ ଅଫର କୁହାଯିବ ।
ଆଙ୍କର ନିବେଶକମାନେ ୨୦୨୩ ସେପ୍ଟେମ୍ବର ୩୧ ମଙ୍ଗଳବାର ଦିନ ଏଥିପାଇଁ ବିଡ୍ ଦାଖଲ କରିପାରିବେ । ଏହି ଅଫର ୨୦୨୩ ସେପ୍ଟେମ୍ବର ୧୩ରେ ସବସ୍କ୍ରିପ୍‌ସନ୍ ପାଇଁ ଖୋଲିବ ଓ ୨୦୨୩ ସେପ୍ଟେମ୍ବର ୧୫ରେ ବନ୍ଦ ହେବ ।
ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୯୮୩ ଟଙ୍କାରୁ ୧୦୩୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୧୪ଟି ଇକ୍ୱିଟି ସେୟାର ପାଇଁ ଏବଂ ଏହା ପରେ ୧୪ ଇକ୍ୱିଟି ସେୟାରର ଗୁଣିତକ ହିସାବରେ ବିଡ୍ ଦାଖଲ କରିହେବ ।
ଏହି ଆଇପିଓ ଜରିଆରେ ମିଳିବାକୁ ଥିବା ପାଣ୍ଠିକୁ ସଂସ୍ଥାର ୧୩୬ କୋଟି ଟଙ୍କାର ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣି ପରିଶୋଧ କରିବା ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି ।
ଅଫର ଫର ସେଲ୍‌ରେ ମହେନ୍ଦ୍ର କୁମାର ରମେଶବାରଲାଲ କାବ୍ରାଙ୍କ ୭୫୪,୪୧୭ ଇକ୍ୱିଟି ସେୟାର, ହେମନ୍ତ ମହେନ୍ଦ୍ର କୁମାର କାବ୍ରାଙ୍କ ୭୫୪,୪୧୭ ଇକ୍ୱିଟି ସେୟାର, ସୁମିତ ମହେନ୍ଦ୍ରକୁମାର କାବ୍ରାଙ୍କ ୭୫୪,୪୧୭ ଇକକ୍ୱିଟି ସେୟାର, କାବିଲ ବିଲକନ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ୭୦୭,୨୦୦ ଇକ୍ୱିଟି ସେୟାର, ରାମ ରତ୍ନ ଓୟାର୍‌ସ ଲିମିଟେଡ୍‌ର ୧,୩୬୪,୪୮୦ ଇକ୍ୱିଟି ସେୟାର ଏବଂ ଟିପିଜି ଏସିଆ ସପ୍ତମ ଏସଏଫ୍ ପିଟିଇ ଲିମିଟେଡ୍‌ର ୧୨,୯୦୧,୮୭୭ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ କରାଯିବ । ଏହି ଅଫର ପାଇଁ ବିଏସ୍‌ଇ ହେଉଛି ଡେଜିଗ୍‌ନେଟେଡ୍ ଷ୍ଟକ ଏକ୍ସଚେଂଜ୍ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟସ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେ୍‌ଡ ।


Share It

Comments are closed.