କ୍ୱିକ୍ ହିଲ୍ ପକ୍ଷରୁ ପରବର୍ତୀ ପିଢିର ସାଇବର ସୁରକ୍ଷା ସମାଧାନ


ଭୁବନେଶ୍ୱର: ସାଇବର ସୁରକ୍ଷା ଓ ଡାଟା ସୁରକ୍ଷା ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା କ୍ୱିକ୍ ହିଲ୍ ଟେକ୍ନୋଲୋଜି ପକ୍ଷରୁ ଭାରତରେ ଏହାର ଡିଜିଟାଲ ଗ୍ରାହକମାନଙ୍କ ପାଇଁ ପରବର୍ତୀ ପିଢିର ସାଇବର ସୁରକ୍ଷା ସମାଧାନର ଶୁଭାରମ୍ଭ କରାଯାଇଛି । ଗୋପନୀୟତା, ସୁରକ୍ଷା ଓ ପ୍ରଦର୍ଶନ ଦ୍ୱାରା ପରିଚାଳିତ ଏହି ନୂତନ ସୁଟ୍‌କୁ ବ୍ୟକ୍ତିଗତ ତଥ୍ୟ ଓ ଡିଜିଟାଲ ପରିଚୟ ସୁରକ୍ଷିତ ରଖିବା ଦହ ଉପଭୋକ୍ତାଙ୍କ ଡିଭାଇସ୍‌ଗୁଡିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହାର ଶୁଭାରମ୍ଭ ସହିତ କ୍ୱିକ୍ ହିଲ୍ ଭାରତରେ ଉପଭୋକ୍ତା ସୁରକ୍ଷାକୁ ପୁନଃପରିଭାଷିତ କରିଛି କାରଣ ଏହା ଉପଭୋକ୍ତାଙ୍କ ଚାହିଦା ଏବଂ ସର୍ବଦା ବିକଶିତ ଡିଜିଟାଲ ଓ ବିପଦ ଦୃଷ୍ଟିକୋଣରୁ ବ୍ୟାପକ ସମାଧାନ ପ୍ରଦାନ କରୁଛି । ଏହାର ବାର୍ଷିକ ଥ୍ରେଟ୍ ରିପୋର୍ଟ ୨୦୨୦ରେ କ୍ୱିକ୍ ହିଲ୍ ଭାରତୀୟ ଉପଭୋକ୍ତାଙ୍କୁ ସାଇବର ଅପରାଧୀମାନଙ୍କର ସବୁଠାରୁ ସହଜ ଟାର୍ଗେଟ୍ ରୂପେ ଉଲ୍ଲେଖ କରିଥିଲା । ଏହା ୨୦୧୯ରେ ଭାରତୀୟ ଉପଭୋକ୍ତାଙ୍କୁ ଟାର୍ଗେଟ୍ କରିଥିବା ୧ ବିଲିୟନରୁ ଅଧିକ ଜଣା ଓ ଅଜଣା ଥ୍ରେଟ୍‌କୁ ଚିହ୍ନଟ କରି ତାହାକୁ ବ୍ଲକ୍ କରିଥିଲା ଏବଂ ଦୈନିକ ଏହା ପ୍ରାୟ ୨.୯ ମିଲିୟନ ଥ୍ରେଟ୍ ଚିହ୍ନଟ କରୁଥିଲା । ୨୦୨୦ରେ କ୍ୱିକ୍ ହିଲ୍‌ର ଅନୁସନ୍ଧାନକାରୀମାନେ ସାରା ଦେଶରେ ଲକ୍‌ଡାଉନ୍ ପରଠାରୁ ମୁଖ୍ୟତଃ ସ୍ପାମ୍ ଓ ଫିସିଙ୍ଗ୍ ଇମେଲ୍ ଆକାରରେ କରୋନା ଭାଇରସ୍ ଥିମ୍‌ର ଆକ୍ରମଣ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ପାଇଥିଲେ । ନୂତନ ବିକଶିତ ବିପଦ ଦୃଶ୍ୟପଟ୍ଟ- ବିଶେଷ କରି ବର୍ତମାନର ମହାମାରୀ ସମୟରେ କ୍ୱିକ୍ ହିଲ୍ ନିଜର ନୂତନ ସାଇବର ସୁରକ୍ଷା ଉତ୍ପାଦଗୁଡିକ ମାଧ୍ୟମରେ ଉପଭୋକ୍ତା ସୁରକ୍ଷାକୁ ପୁନଃପରିଭାଷିତ କରିବା ପାଇଁ ପ୍ରୟାସ କରିଛି ।
ଏହି ସମ୍ପର୍କରେ କ୍ୱିକ୍ ହିଲ୍ ଟେକ୍ନୋଲୋଜି ଲିଃ.ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଓ ଚିଫ୍ ଟେକ୍ନୋଲୋଜି ଅଫିସର, ସଞ୍ଜୟ କାଟ୍‌କର କହିଛନ୍ତି, “ଉପଭୋକ୍ତାମାନେ ଯେତେବେଳେ ହ୍ୟାକ୍‌ର ଓ ସ୍ପାଇଙ୍ଗ୍ ଏଜେଂଟ୍‌ରେ ଭରି ରହିଥିବା ଇଂଟରନେଟ୍ ଦୁନିଆରେ ପାଦ ରଖିବା ସମୟରେ ସେମାନଙ୍କୁ ସବୁ ଦିଗରୁ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବା ଓ ଏହି ଲକ୍ଷ୍ୟ ସହିତ ଆମର ଏହି ନୂତନ ଅଫରିଙ୍ଗ୍‌କୁ ଡିଜାଇନ୍ କରାଯାଇଛି ।”
ଏହାର ଶୁଭାରମ୍ଭ ମାଧ୍ୟମରେ କ୍ୱିକ୍ ହିଲ୍ ନିଜର ଉପଭୋକ୍ତା ସୁରକ୍ଷା ଉତ୍ପାଦ ପୋର୍ଟଫୋଲିଓରେ ଇଣ୍ଡଷ୍ଟ୍ରୀ ଲିଡିଙ୍ଗ୍ ଫିଚରକୁ ସାମିଲ କରିଛି ଯାହା ନିଶ୍ଚିତ ରୂପେ ଅଣ-ଅନୁପ୍ରବେଶକାରୀ ଅଭିଜ୍ଞତା ପ୍ରଦାନ କରିବ । ନିଜର ନୂତନ ସୁଟ୍‌ରେ କ୍ୱିକ୍ ହିଲ୍ , ୱେବ୍ ହିଷ୍ଟ୍ରି(ସର୍ଚ୍ଚ ପାଟର୍ଣ୍ଣ, ୱେବ୍‌ସାଇଟ୍ ଭିଜିଟେଡ୍ ଓ ଟାଇମ୍ ସ୍ପେଂଟ୍‌), ପର୍ସନାଲ ଇନ୍‌ଫର୍ମେସନ(ବୟସ, ଲିଙ୍ଗ୍‌, ପରିବାର ସଦସ୍ୟ) ଓ ଫାଇନାନ୍ସେସ୍ (ନିବେଶ, ବ୍ୟାଙ୍କ ଆକାଉଂଟ୍ ଓ କ୍ରେଡିଟ୍ କାର୍ଡ) ଭଳି ସୂଚନା ସଂଗ୍ରହ କରୁଥିବା ଟ୍ରାକର୍‌ମାନଙ୍କୁ ବ୍ଲକ୍ କରି ଅନ୍‌ଲାଇନ୍ ଗୋପନୀୟତାର ସୁରକ୍ଷା ପାଇଁ ଆଂଟି-ଟ୍ରାକର୍ ସମାଧାନର ଶୁଭାରମ୍ଭ କରିଛି । କ୍ୱିକ୍ ହିଲ୍‌ରେ ପ୍ୟାରେନ୍‌ଟାଲ କଂଟ୍ରୋଲ ଫିଚର ମଧ୍ୟ ରହିଛି ଯାହା ଅଭିଭାବକଙ୍କୁ ପିଲାମାନଙ୍କର ଅନ୍‌ଲାଇନ୍ ଗତିବିଧିକୁ ସମ୍ପୂର୍ଣ୍ଣ ରୂପେ କଂଟ୍ରୋଲ କରିବାର ଅଧିକାର ଦେବା ସହ ପିଲାଙ୍କ ମଧ୍ୟରେ ଉନ୍ନତ ସାଇବର ସୁରକ୍ଷା ଅଭ୍ୟାସ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।
ଏହାଛଡା ଏହାର ୱେବ୍‌କ୍ୟାମ୍ ସୁରକ୍ଷା ଫିଚର ସାଇବର ଅପରାଧୀଙ୍କ ବିରୋଧରେ ୱେବ୍‌କ୍ୟାମ୍‌ଗୁଡିକୁ ସୁରକ୍ଷା ପ୍ରଦାନ କରିଥାଏ । କ୍ୱିକ୍ ହିଲ୍‌ର ଅତ୍ୟାଧୁନିକ ଓ ପ୍ୟାଟେନ୍‌ଟେଡ୍ ଆଂଟି-ରାନ୍‌ସମ୍‌ୱେୟାର ଟେକ୍ନୋଲୋଜି ଡିଜିଟାଲ ଡିଭାଇସ୍‌ଗୁଡିକୁ ରାନ୍‌ସମ୍‌ୱେୟାର ଆକ୍ରମଣରୁ ସୁରକ୍ଷା ଦେଇଥାଏ । ବ୍ରାଣ୍ଡର ଅନ୍ୟ ଏକ ପାଟେନ୍‌ଟେଡ୍ ଟେକ୍ନୋଲୋଜି ହେଉଛି ସିଗ୍‌ନେଚର ବିହୀନ ବ୍ୟବହାର-ଆଧାରିତ ଚିହ୍ନଟ ଯାହା ଜିରୋ-ଡେ ମାଲ୍‌ୱେୟାରକୁ ସକ୍ରିୟ ଭାବେ ଚିହ୍ନଟ ଓ ବ୍ଲକ୍ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଙ୍ଗ୍‌ର ବ୍ୟବହାର କରିଥାଏ । ଏହାର ୱାଇଫାଇ ସ୍କାନର ଫିଚର୍ ୱାଇଫାଇ ନେଟ୍‌ୱର୍କକୁ ସ୍କାନ୍ କରିବା ସହ ଡିଭାଇସ୍‌ଗୁଡିକୁ ମ୍ୟାପ୍ କରିଥାଏ ଓ ନେଟ୍‌ୱର୍କରେ ରହିଥିବା ସୁରକ୍ଷା ତ୍ରୁଟିଗୁଡିକୁ ଚିହ୍ନଟ କରେ । ଏହି ବ୍ରାଣ୍ଡ କ୍ଲାଉଡ୍‌-ଆଧାରିତ ଇମେଲ୍ ସୁରକ୍ଷା ସହ ସେଫ୍ ବ୍ୟାଙ୍କିଙ୍ଗ୍ ଓ ୱେବ୍ ସିକ୍ୟୁରିି ଫିଚର ପ୍ରଦାନ କରୁଛି । ଏହି ନୂତନ ସୁଟ୍‌ରେ ସାମିଲ ଥିବା ଗେମ୍ ବୁଷ୍ଟର ଫିଚର୍ ଏକ ସୁଗମ ଓ ବାଧାହୀନ ଗେମିଙ୍ଗ୍ ଅନୁଭବ ପ୍ରଦାନ କରିଥାଏ ।


Share It

Comments are closed.