କ୍ୱିକ ହିଲ ଟେକ୍ନୋଲୋଜି ପକ୍ଷରୁ ‘ଲାଇଟର ସ୍ମାର୍ଟର, ଫାଷ୍ଟର’ର ଶୁଭାରମ୍ଭ


ଭୁବନେଶ୍ୱର : ଉପଭୋକ୍ତା, ବ୍ୟବସାୟୀ, ସରକାରଙ୍କୁ ଆଇଟି ସିକ୍ୟୁରିଟି ସଲ୍ୟୁସନ ପ୍ରଦାନ କରିବାରେ ଅଗ୍ରଣୀ କମ୍ପାନୀ, କ୍ୱିକ ହିଲ ଟେକ୍ନୋଲୋଜି ପକ୍ଷରୁ ଏହାର ଅତ୍ୟାଧୁନିକ ସାଇବର ସିକ୍ୟୁରିଟି ସଲ୍ୟୁସନ, ‘ଲାଇଟର ସ୍ମାର୍ଟର, ଫାଷ୍ଟର’ର ଶୁଭାରମ୍ଭ କରିଛି । କ୍ୱିକ ହିଲ ପକ୍ଷରୁ ଏହି ବିକ୍ରୟର ଶୁଭାରମ୍ଭ ଦୀର୍ଘ ୨୫ ବର୍ଷର ପରମ୍ପରା ହୋଇଥିବାବେଳେ ଏହା କ୍ରମୋନ୍ନତିରେ ଲଗାତାର ଧ୍ୟାନ ପ୍ରତିଫଳିତ କରିଥାଏ, ଯାହାକି ଅତ୍ୟାଧୁନିକ ସାଇବର-ଥ୍ରେଟ ବିରୁଦ୍ଧରେ ସେହି-ଶ୍ରେଣୀରେ ଉତ୍ତମ ପ୍ରତିରକ୍ଷା ପ୍ରଦାନ କରିବାରେ ଭବିଷ୍ୟତ ପ୍ରସ୍ତୁତ ସମାଧାନ ପ୍ରଦାନ କରି ଆସୁଛି ।
କ୍ୱିକ ହିଲର ‘ଲାଇଟର ସ୍ମାର୍ଟର, ଫାଷ୍ଟର’ର ସୁଟ୍ର ବିକ୍ରୟ ଶୁଭାରମ୍ଭ ବିଶ୍ୱସ୍ତରୀୟ ଥ୍ରେଟ ପରିସ୍ଥିତିରେ ଶୀଘ୍ର ପରିବର୍ତ୍ତନ ନିୟନ୍ତ୍ରଣ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିଛି । ଚଳିତ ବର୍ଷ ୨୦୧୯ରେ କ୍ୱିକ ହିଲର ୨୦୧୮ରେ ଡେକ୍ସଟପ ଏବଂ ଲ୍ୟାପଟପ ଉପରେ ୯୭୩ ନିୟୁତ ମାଲୱେୟାର ଆଟାକ ରିପୋର୍ଟ କରିଛି । ଏହାର ଅତ୍ୟାଧୁନିକ ସୁଟ୍ର ବିକ୍ରୟର ଶୁଭାରମ୍ଭ ସହିତ କ୍ୱିକ ହିଲ ଉଚ୍ଚ ମାନର ଅଫରିଙ୍ଗକୁ ନୂତନ ରୂପ ଦେଇ ପାରିଛି । ଯେଉଁଥିରେ କ୍ୱିକ ହିଲ ଟୋଟାଲ ସିକ୍ୟୁରିଟି, କ୍ୱିକ ହିଲ ଇଣ୍ଟରନେଟ ସିକ୍ୟୁରିଟି ଏବଂ କ୍ୱିକ ହିଲ ଆଣ୍ଟି ଭାଇରସ ପ୍ରୋ ଆଦି ଅନ୍ତର୍ଗତ ରହିଛି ।
ଏହି ଅବସରରେ କ୍ୱିକ ହିଲର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କୈଳାଶ କାଟକର, କହିଛନ୍ତି ଯେ, “କ୍ୱିକ ହିଲ ଡିଜିଟାଲ ନାଗରିକ ମାନଙ୍କୁ ସବୁଠାରୁ ଉତ୍ତମ ଏବଂ ସବୁଠାରୁ ଆବଶ୍ୟକତା ସାଇବର ସିକ୍ୟୁରିଟି ସଲ୍ୟୁସନ ପ୍ରଦାନ କରିବାର ପ୍ରତିଶ୍ରୃତିରେ ସ୍ଥାପନ କରାଯାଇଥିଲା । ବିଗତ ୨୫ ବର୍ଷ ମଧ୍ୟରେ ଆମେ ଆମର କ୍ରମୋନ୍ନତି ପ୍ରତି ନିଷ୍ଠା ମାଧ୍ୟମରେ ସେହି ପ୍ରତିଶ୍ରୃତିକୁ ବଜାୟ ରଖିବା ପାଇଁ ଚେଷ୍ଟା କରି ଆସୁଛୁ । ‘ଲାଇଟର ସ୍ମାର୍ଟର, ଫାଷ୍ଟର’ ରେଞ୍ଜର ଶୁଭାରମ୍ଭ ସେହି ଦିଗରେ ଏକ ନୂତନ ପଦକ୍ଷେପ , ଯାହାକି ଷ୍ଟେଟ-ଅଫ-ଦି-ଆର୍ଟ ଟେକ୍ନୋଲୋଜି ମାଧ୍ୟମରେ ନୂତନ ଯୁଗର ସାଇବର ଥ୍ରେଟକୁ ରକ୍ଷା କରିବ ”


Share It

Comments are closed.