‘Love Nwantiti’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ପି.ଭି ସିନ୍ଧୁ, ଭିଡିଓ ଭାଇରାଲ୍


ରାଷ୍ଟ୍ରିୟ ଭବନରେ ଦେଶର ରାଷ୍ଟ୍ରପତି ୧୪୧ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ସମୟରେ କ୍ରୀଡା ଜଗତରୁ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ପାଇବାର କିଛି ସମୟ ପୂର୍ବରୁ ପିଭି ସିନ୍ଧୁ ସୋସିଆଲ ମିଡିଆରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ।

 

View this post on Instagram

 

A post shared by Sindhu Pv (@pvsindhu1)

ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଇନଷ୍ଟାଗ୍ରାମରେ CK ର ଗୀତ ‘Love Nwantiti’ ରେ ଏକ ଇନଷ୍ଟାଗ୍ରାମ ରିଲ୍ ତିଆରି କରିଥିଲେ। ଯାହା ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପିଭି ସିନ୍ଧୁ ସି ଗ୍ରୀନ୍ ରଙ୍ଗର କାଞ୍ଜୀବରମ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓରେ ତାଙ୍କର ଡ୍ୟାନ୍ସ ମୁଭ୍ସ ସୋସିଆଲ ମିଡିଆରେ ଲୋକଙ୍କୁ ଦିବାନା କରିଛି।


Share It

Comments are closed.