ଆସୁଛି ପୁଷ୍ପା-୨, ହୋସ୍‌ ଉଡ଼ାଇ ଦେବ ବଜେଟ୍‌, ଜାଣନ୍ତୁ କେତେ କୋଟି ନେଲେ ଅଲ୍ଲୁ ଅର୍ଜୁନ


କିଛିଦନ ଧରି କିଛି ସାଉଥ୍‌ ଫିଲ୍ମକୁ ନେଇ ଦେଶ ଏବଂ ଦେଶ ବାହାରେ ଖୁବ୍‌ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ କିଛି ମାସ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ପୁଷ୍ପା ଚଳଚ୍ଚିତ୍ର ବଜାରରେ ଭଲ ବ୍ୟବସାୟ କରିଥିଲା । ଏହି ଫଲ୍ମର ଡାଇଲଗ୍‌ ରାତାରାତି ଭାଇରାଲ୍‌ ହୋଇଯାଇଥିଲା । ପୁଷ୍ପାର ପାର୍ଟ-୧କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ଏବେ ଏହାର ପାର୍ଟ-୨ ନିର୍ମାଣ ପାଇଁ ଯୋଜନା ହେଉଛି ।

ଚଳଚ୍ଚିତ୍ର ନିର୍ମାତା ପୁଷ୍ପା ଦ ରୁଲ୍‌ ଉପରେ କାମ ଆରମ୍ଭ କରିଦେଇଥିବା କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଗ୍‌ ବଜେଟ୍‌ରେ ନିର୍ମାଣ ହେବ ପୁଷ୍ପା-୨ । ଏହି ଫିଲ୍ମ ପାଇଁ ୪ ଶହ କୋଟି ଟଙ୍କାର ବଜେଟ୍‌ ଆକଳନ କରିଛନ୍ତି ପ୍ରଡ୍ୟୁସର । ତେବେ ଅଲ୍ଲୁ ଅର୍ଜୁନ୍‌ଙ୍କ ଫିସ୍‌ କଥା ଉଠିଲେ ଏହି ଫିସ୍‌ ତାଙ୍କ ଫିଲ୍ମ କ୍ୟାରିୟର୍‌ର ସବୁଠାରୁ ଅଧିକ ବୋଲି ଚର୍ଚ୍ଚା ହେଉଛି ।

ପୁଷ୍ପା ଦ ରାଇଜ୍‌ର ଅଭ୍ଭୁତପୂର୍ବ ସଫଳତା ପରେ ଦର୍ଶକ ପୁଷ୍ପା ଦ ରୁଲ୍‌କୁ ଅପେକ୍ଷା କରି ରହିଛନ୍ତି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ପୁଷ୍ପା ୨ର ବଜେଟ୍‌ ୪ ଶହ କୋଟି ହେବ । ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ୍‌ ୧ ଶହ କୋଟି ଫିସ୍‌ ନେଇଛନ୍ତି । ଯଦି ଏହା ସତ୍ୟ ତେବେ ଏହି ଫିସ୍‌ ତାଙ୍କ ଫିଲ୍ମ କ୍ୟାରିୟରର ସବୁଠାରୁ ଅଧିକ ।

 


Share It

Comments are closed.