ନେପାଳର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ‘ପ୍ରଚଣ୍ଡ’


କମ୍ୟୁନିଷ୍ଟ ପାର୍ଟି ନେପାଲ- ମାଓବାଦୀ (ସିପିଏନ୍-ଏମ) ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ବୁଧବାର ଦେଶରେ ତାଙ୍କ ଦଳ ନୂଆ ସରକାର ଗଢିବ ବୋଲି ଘୋଷଣା କରିଛନ୍ତି। ସଂସଦକୁ ସମ୍ବୋଧିତ କରି ସେ ପ୍ରତିନିଧି ସଭାକୁ ବହାଲ କରିବାକୁ ଉଦ୍ୟମ କରିବା ସହ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗରେ ଦେଶରେ ମଜଭୁତ ଗଣତନ୍ତ୍ର ଛିଡା କରିବେ ବୋଲି କହିଛନ୍ତି। ବନେଶ୍ୱର ସଂସଦରେ ଅନୁଷ୍ଠିତ ବୈଠକକୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ଏକ ନୂଆ ସରକାର ଗଢିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦହଲ କହିଛନ୍ତି। ଯିଏ ଦେଶର ରାଜନୈତିକ ଦଳମାନଙ୍କ ସହ ଏକଜୁଟ କରି ଲୋକଙ୍କ ଆଶା ଅନୁରୂପ କାମ କରିପାରିବେ। ଏହି ଅବସରରେ ସଂସଦୀୟ ଦଳର ନେତା ନିର୍ବାଚନ କରାଯାଇଥିବା ବେଳେ ଦହଲଙ୍କୁ ସର୍ବ ସମ୍ମତ ନେତା ମନୋନୟନ କରାଯାଇଛି। ସଂସଦୀୟ ବୈଠକରେ ନେପାଲ କମ୍ୟୁନିଷ୍ଟ ପାର୍ଟି (ଏନସିପି) ନବ ନିର୍ବାଚିତ ଚେୟାରମ୍ୟାନ୍‌ ମାଧବ କୁମାର ନେପାଲ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳର ନେତା ମନୋନୟନ ଲାଗି ପ୍ରସ୍ତାବ ଦେଇଥିଲେ। ଯାହାକୁ ବୈଠକରେ ଉପସ୍ଥିତ ୯୦ ଜଣରୁ ଅଧିକ ସାଂସଦ ପ୍ରସ୍ତାବରେ ନିଜର ସମ୍ମତି ପ୍ରଦାନ କରିଥିଲେ।

୧୭୪ ସଦସୀୟ ନେପାଳ ସଂସଦରେ ୯୦ରୁ କିଛି ଅଧିକ ସିପିଏନ-ଏମ ସାଂସଦ ଅଛନ୍ତି। ତେବେ ବୈଠକରେ ସିପିଏନ-ଏମ ସାଂସଦଙ୍କ ବ୍ୟତୀତ ଅନ୍ୟ ସାଂସଦ ଅନୁପସ୍ଥିତ ଥିବାରୁ ଏମନସିପି ଚେୟାରମ୍ୟାନ୍‌ କେ.ପି.ଶର୍ମା ଓଲି ପ୍ରଧାନମନ୍ତ୍ରୀ ରୂପେ ଦେଶ ଓ ପାର୍ଟି ଚେୟାରମ୍ୟାନ ଭାବେ ଦଳକୁ ଧୋକା ଦେଇଛନ୍ତି। ଏଣୁ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳର ନେତା ନିର୍ବାଚିତ କରାଯାଇଛି ବୋଲି ଘୋଷଣା କରିଛନ୍ତି।


Share It

Comments are closed.