ପୁଷ୍ପା ୨ର ଶୁଟିଂ ସେଟ୍‌ରୁ ପ୍ରଥମ ଝଲକ ଦେଖାଇଲେ ନିର୍ମାତା


ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା: ଦି ରୁଲ୍‌କୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ପ୍ରଥମ ଭାଗ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ଯାହା ପରେ ନିର୍ମାତା ଏହାର ସିକ୍ୱେଲରେ ଲାଗିପଡିଛନ୍ତି। ବର୍ତ୍ତମାନ ନିର୍ମାତା ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ବଢାଇବାକୁ ସେଟରୁ ପ୍ରଥମ ଫଟୋ ସେୟାର କରିଛନ୍ତି। ଫଟୋରୁ ଏହା ସ୍ପଷ୍ଟ ହୋଇଛି ଯେ ଶୁଟିଂ ପ୍ରକ୍ରିୟା ଦ୍ରୁତ ଗତିରେ ଆଗକୁ ବଢୁଛି। ଯାହାକୁ ନେଇ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଫଟୋ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନିର୍ମାତା ସେୟାର କରିଥିବା ଫଟୋ କ୍ୟାମେରା ପଛର, ଯେଉଁଥିରେ ଫିଲ୍ମର ଟିମ୍ କାମ କରୁଥିବା ଦେଖିବାକୁ ମିଳିଛି। ନିର୍ମାତା ସୂଚାଇ ଦେଇଛନ୍ତି ଯେ ଫିଲ୍ମର କାମ ଜୋରସୋରରେ ଚାଲିଛି। ଏହି ଫଟୋ ଉପରେ ନିଜର ପ୍ରତିକ୍ରିୟା ଦେଇ ରଶ୍ମିକା ଲେଖିଛନ୍ତି, ‘ଦେଖ ଏହାକୁ, ଏ ସବୁ ଆରମ୍ଭ ହେଉଛି।’ ଏହା ସହିତ ସେ ଫାୟର୍ ଏବଂ ଡ୍ୟାନସିଙ୍ଗ ଇମୋଜି ଦେଇଛନ୍ତି। ‘ପୁଷ୍ପା: ଦି ରାଇଜ୍’ରେ ଅଲ୍ଲୁ ଅର୍ଜୁନ୍, ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିକଟରେ ଖବର ଆସିଥିଲା ଯେ​ ଅର୍ଜୁନ କପୁର ଫହାଦ ଫସିଲଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ପରେ ନିର୍ମାତା ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନେ ଏହିପରି କିଛି ଚିନ୍ତା କରୁନାହାଁନ୍ତି।


Share It

Comments are closed.