ତିନି ରଥରେ ଛେରା ପହଁରା କଲେ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ


ପବିତ୍ର ଘୋଷଯାତ୍ରାର ଅନନ୍ୟ ଆକର୍ଷଣୀୟ ନୀତି ଛେରା ପହଁରା ଆରମ୍ଭ ହୋଇଛି। ତିନି ରଥରେ ଛେରା ପହଁରା ନୀତି କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବ। ଗଜପତି ଶ୍ରୀନହରରୁ ତାମଯାନରେ ଆସି ପହଞ୍ଚିଥିଲେ। ଏହାପରେ ରାଜା ବେଶରେ ତିନି ରଥରେ ଛେରା ପହଁରା ନୀତି ସମାପନ କରିଛନ୍ତି।

ଗଜପତି ମହାରାଜ ପ୍ରଥମେ ତାଳଧ୍ଵଜ ରଥରେ ଚଢି ସୁବାସିତ ଜଳ ସିଞ୍ଚନ କରି ଛେରାପହଁରା ନୀତି କରିଥିଲେ। ଏହାପରେ ଦେବଦଳନ ଓ ନନ୍ଦିଘୋଷରେ ଛେରା ପହଁରା ନୀତି କରିଛନ୍ତି। ଏହାପରେ ରଥ ଟଣା ହେବ।

ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ କାଳିଆ ଠାକୁର। ତେବେ କରୋନା କଟକଣା ମଧ୍ୟରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା।


Share It

Comments are closed.