‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର


ଦିବଂଗତ ଅଭିନେତା ପୁନୀତ ରାଜକୁମାର ହୁଏତ ଆମ ଗହଣରେ ଆଉ ନାହାଁନ୍ତି, କିନ୍ତୁ ଫ୍ୟାନ୍ସ ଆଜିବି ତାଙ୍କୁ ମନେ ରଖିଛନ୍ତି। ପୁନୀତଙ୍କ ଦେହାନ୍ତ ପରଠାରୁ ପ୍ରତ୍ୟେକ କନ୍ନଡ ଫିଲ୍ମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବର୍ତ୍ତମାନ ଅଭିନେତାଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ପୁରସ୍କାର ‘କର୍ଣ୍ଣାଟକ ରତ୍ନ’ ପ୍ରଦାନ କରାଯାଇଛି। ଯାହା ସ୍ୱର୍ଗତ ଅଭିନେତାଙ୍କ ପରିବାର ଗ୍ରହଣ କରିଛନ୍ତି।

୬୭ ତମ କନ୍ନଡ ରାଜୋତ୍ସବ (ରାଜ୍ୟ ଫାଉଣ୍ଡେସନ ଦିବସ) ଅବସରରେ ପୁନୀତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁନୀତ ନବମ ବ୍ୟକ୍ତି ଯିଏକି ରାଜ୍ୟରେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିନେତା ରଜନୀକାନ୍ତ, ଜୁନିୟର ଏନଟିଆର ଏବଂ ଇମ୍ଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ସୂଧା ମୂର୍ତ୍ତି ଅତିଥି ରହିଥିଲେ। ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମଇ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଅଭିନେତାଙ୍କ ପତ୍ନୀ ଅଶ୍ୱିନୀ ପୁନୀତ ରାଜକୁମାର ଏବଂ ତାଙ୍କ ଶିବରାଜକୁମାର ପୁନୀତଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ୨୦୦୯ ମସିହାରେ ସାମାଜିକ ସେବା ପାଇଁ ୨୦୦୯ ମସିହାରେ ଡକ୍ଟର ବିରେନ୍ଦ୍ର ହେଗଡେଙ୍କୁ ‘କର୍ଣ୍ଣାଟକ ରତ୍ନ’ ଦିଆଯାଇଥିଲା।


Share It

Comments are closed.