ଶାମିଙ୍କ ପରେ ଏବେ ଚହଲ କହିଲେ ‘ଆର-ପାରକି’ ଲଢେଇ ହେବା ଆବଶ୍ୟକ


ଗତ ୧୪ ଫେବୃଆରୀରେ ଜାମ୍ମୁ କାଶ୍ମୀର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ବିସ୍ପୋରଣରେ ଦେଶର ୪୦ରୁ ଉଦ୍ଧ୍ୱର୍ ବୀର ଯବାନ ସହିଦ ହୋଇଥିଲେ । ଏହି ଘଟଣାକୁ ନେଇ ସାରା ଦେଶ ଶୋକରେ ବୁଡି ରହିଥିବାବେଳେ ଦେଶର କୋଣ ଅନୁକୋଣରୁ ଅନେକ ପ୍ରତିକ୍ରିୟା ମଧ୍ୟ ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ଭାରତୀୟ କ୍ରିକେଟ ଦଳର ଅନେକ ମହାନ ଖେଳାଳୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ବର୍ତ୍ତମାନ ବାଦ ପଡିନାହାନ୍ତି ଚହଲ ।
ଚହଲ ମଧ୍ୟ ଆତଙ୍କବଦୀଙ୍କର ଏହି ଘୃଣ୍ୟ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ ଏକ ଇଣ୍ଟରଭିୟ୍ୟୁରେ କହିଛନ୍ତି ଯେ, “ଏସବୁ ବର୍ତ୍ତମାନ ଏକା ଥରକେ ଶେଷ ହୋଇଯିବା ଉଚିତ । ଆମେ ଏଭଳି ଆଉ ଅଧିକ ସମୟ ପର୍ଯ୍ୟନ୍ତ ରହିପାରିବୁ ନାହିଁ । ପ୍ରତି ତିନି ମାସରେ ଥରେ ଆମେ ଶୁଣୁଛୁ ଯେ, ଆତଙ୍କବାଦୀଙ୍କ ଯୋଗୁଁ ଆମର ଯବାନ ସହିଦ ହୋଇଯାଇଛନ୍ତି । ଆମେ ବର୍ତ୍ତମାନ ଆମର ଆଉ ଯବାନଙ୍କୁ ସହିଦ କରିପାରିବୁ ନାହିଁ । ମୋର ଅର୍ଥ ଏହା ଯେ,ବର୍ତ୍ତମାନ ‘ଆର-ପାରକି’ ଲଢେଇ ହେବା ନିହାତି ଆବଶ୍ୟକ ।”
ଭାରତୀୟ ଦଳର ଏହି ମହାନ ଖେଳାଳୀ କିଛି ଏଭଳି କହି ଆତଙ୍କବାଦୀ ଏବଂ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି । ପ୍ରକାଶ ଥାଉକି ଏହା ପୂର୍ବରୁ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି କହିଥିଲେ ଯେ, ଯଦି ଆବଶ୍ୟକ ପଡେ ସେ ଦେଶ ପାଇଁ ବଲ ବଦଳରେ ଗ୍ରେନେଡ ଧରିବାକୁ ପଛ ଘୁଞ୍ଚା ଦେବେ ନାହିଁ ।


Share It

Comments are closed.