ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ର ସଭାପତି ହେଲେ ପିଟି ଉଷା


ମହାନ ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ ସଂଘ ( ଆଇଓଏ)ର ନୂଆ ସଭାପତି ଭାବେ ଚୟନ ହୋଇଛନ୍ତି । ଆଇଓଏ)ର ସଭାପତି ଚୟନ ପାଇଁ ନାମାଙ୍କନ ପତ୍ର ଭରିବାର ସମୟ ସୀମା ୨୭ ନଭେମ୍ବର ଅର୍ଥାତ ରବିବାର ସମାପ୍ତ ହୋଇଥିଲା । ପିଟି ଉଷା ହିଁ ଏକମାତ୍ର ନାମାଙ୍କନ ଭରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ବିନା ନିର୍ବାଚିତ ହୋଇଛନ୍ତି । ଆଇଓଏର ୯୫ ବର୍ଷର ଇତିହାସରେ ପିଟି ଉଷା ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବାକୁ ଥିବା ପ୍ରଥମ ଅଲିମ୍ପିଆନ ।
ସେ ପ୍ରଥମ ଅଲିମ୍ପିଆନ ଭାବେ ଆଇଓଏ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ଅଳ୍ପକେ ପଦକ ହରାଇଥିଲେ । ମାତ୍ର ୧/୧୦୦ ସେକେଣ୍ଡ ପାଇଁ ପଦକ ଜିତି ପାରି ନଥିଲେ । ଏସୀୟ କ୍ରୀଡାରେ ୪ଟି ସ୍ୱର୍ଣ୍ଣ,୭ ରୌପ୍ୟ ଜିତି ଇତିହାସ ରଚିଥିଲେ ।


Share It

Comments are closed.