ରାଜ୍ଯସ୍ତରୀୟ ଜନସମ୍ପର୍କ ସମ୍ମିଳନୀ ଆୟୋଜନ କରିବ ପିଆରଏସଆଇ ଭୁବନେଶ୍ୱର ଚାପ୍ଟର


ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଚାପ୍ଟରର ବାର୍ଷିକ ବୈଠକ ଗତ ଶୁକ୍ରବାର ଦିନ ପ୍ରେସ କ୍ଲବ ଅଫ୍ ଓଡିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଚାପ୍ଟରର ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହିତ ଜନସମ୍ପର୍କ କ୍ଷେତ୍ର ଉପରେ କୋଭିଡ ମହାମାରୀ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ଏବଂ ଆସନ୍ତା ବର୍ଷରେ ଏକ ରାଜ୍ଯସ୍ତରୀୟ  ଜନସମ୍ପର୍କ ସମ୍ମିଳନୀ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଏହି ବାର୍ଷିକ ବୈଠକରେ ନିଷ୍ପତି ନିଆଯାଇଥିଲା। ଆଗାମୀ ବର୍ଷରେ ଅନ୍ୟାନ୍ୟ ଯୋଜନାବଦ୍ଧ କାର୍ଯ୍ୟକଳାପ ମଧ୍ୟରେ, ସୋସିଆଲ ମିଡିଆ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ୱୀକୃତି ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।
ଏହି ଅବସରରେ ଚାରିଜଣ ନୂତନ ସଦସ୍ୟଙ୍କୁ ମଧ୍ୟ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା ।
ଚାପ୍ଟରର ସମ୍ପାଦକ ସଞ୍ଜୟ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରି ମହାମାରୀ ମଧ୍ୟରେ ପିଆରଏସଆଇ ଭୁବନେଶ୍ୱର  ଚାପ୍ଟର ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ବର୍ଣ୍ଣନା କରିଥିଲେ।
ଏହି ବାର୍ଷିକ ବୈଠକରେ PRSI ଭୁବନେଶ୍ୱର ପିଆରଏସଆଇ ଭୁବନେଶ୍ୱର  ଚାପ୍ଟର କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର 2020-2021 ବର୍ଷ ପାଇଁ ଆର୍ଥିକ ବିବରଣୀ ଏବଂ ସଦସ୍ୟତା ସ୍ଥିତି ଉପସ୍ଥାପନ କରିଥିବାବେଳେ ଚାପ୍ଟର ଉପାଧ୍ୟକ୍ଷ ଡକ୍ଟର ବିଭୂଦତ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଅଗ୍ରଣୀ କର୍ପୋରେଟ୍ ହାଉସ୍, ପିଏସୟୁ,  ଯୋଗାଯୋଗ ଏଜେନ୍ସି ଏବଂ ମିଡିଆ ଶିକ୍ଷାନୁଷ୍ଠାନର ସଦସ୍ୟମାନେ ଏହି ବାର୍ଷିକ ସଭାରେ ଅଂଶଗ୍ରହଣ କରି ଏହାକୁ ଏକ ବଡ଼ ସଫଳତା ଦେଇଥିଲେ |

Share It

Comments are closed.