ବର୍ତମାନ ସମୟରେ ପ୍ରୋଟିନ୍‌ର ଆବଶ୍ୟକତା


ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧକ ଶକ୍ତି ପୂର୍ବରୁ କେବେ ଏତେ ଗୁରୁତ୍ୱପୂର୍ଣ୍ଣ ଅନୁଭବ ହୋଇନଥିଲା , ଯେପରି ଏହା ସାମ୍ପ୍ରତିକ କୋଭିଡ୍‌-୧୯ ସମୟରେ ହୃଦୟଙ୍ଗମ ହୋଇଛି । ଏବଂ ପ୍ରୋଟିନ୍‌ର ଭୂମିକା ଓ ଗୁରୁତ୍ୱକୁ ଏବେ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ । ଅଧିକାଂଶ ଭାରତୀୟ ଭାବିଥାନ୍ତି ଯେ, ପ୍ରୋଟିନ୍‌ର ଅଭାବ ଏକ ବଡ ସମସ୍ୟା ବା ଚିନ୍ତା ନୁହେଁ । ପ୍ରୋଟିନ୍‌କୁ ନେଇ ରହିଥିବା ସବୁଠାରୁ ସାଧାରଣ ଧାରଣା ହେଉଛି ଯେ, ଏହା କେବଳ ବଡି ବିଲ୍ଟର କିମ୍ବା ଜିମ୍ ଯାଉଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ଏକ ଧାରଣା ହେଉଛି ପ୍ରୋଟିନ୍ ଏକମାତ୍ର ପୋଷକ ତତ୍ୱ ଅଟେ ଯାହାକି ଶରୀର ଦ୍ୱାରା ହଜମ ହେବା କଷ୍‌ଯକର । ସେହିପରି ଅନ୍ୟ କିଛି ଲୋକ ଭାବିଥାନ୍ତି ପ୍ରୋଟିନ୍‌ର କମ୍ ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଭାରତରେ ପ୍ରୋଟିନ୍‌ର ଅଭାବ ଓ ଏହାକୁ ନେଇ ସଚେତନତାର ସ୍ତରକୁ ଆକଳନ କରିବା ପାଇଁ କରାଯାଇଥିବା ଇଣ୍ଡିଆନ୍ ମାର୍କେଟ୍ ରିସର୍ଚ୍ଚ ବ୍ୟୁରୋ (ଆଇଏମ୍‌ଆର୍‌ବି)ର ଏକ ସର୍ଭେ ରିପୋର୍ଟ ଦର୍ଶାଉଛି ଯେ, ୭୩% ସହରାଂଚଳ ଧନୀଙ୍କ ନିକଟରେ ପ୍ରୋଟିନ୍‌ର ଅଭାବ ରହିଛି ଏବଂ ସେମାନଙ୍କ ମଧ୍ୟରୁ ୯୩% ନିଜର ଦୈନିକ ପ୍ରୋଟିନ୍ ଆବଶ୍ୟକତା ସମ୍ପର୍କରେ କିଛି ଜାଣିନାହାନ୍ତି । ଜଣେ ଡାଏଟ୍ କନ୍‌ସଲ୍‌ଟାଂଟ୍ ଆଦିତି ମେହରୋତ୍ରାଙ୍କ ମତରେ, ଭାରତୀୟଙ୍କ ପ୍ରୋଟିନ୍ ଆବଶ୍ୟକତାଗୁଡିକ ସେମାନଙ୍କ ଖାଦ୍ୟରୁ ପୂରଣ ହୋଇପାରିବ । ଏହାର ଅର୍ଥ ହେଉଛି ଦୁଗ୍ଦଜାତୀୟ ଖାଦ୍ୟ, ଡାଳି ଓ ଶସ୍ୟ, ମିଲେଟ୍‌, ନଟ୍‌ସ ଓ ତୈଳବୀଜ ସମେତ ଅଣ୍ଡା ଓ କୁକୁଡା ମାଂସରୁ ଉପଯୁକ୍ତ ପ୍ରୋଟିନ୍ ମିଳିପାରିବ । ଆଦିତି ପ୍ରୋଟିନ୍‌ର ଗୁରୁତ୍ୱକୁ ବର୍ଣ୍ଣନା କରିଛନ୍ତି କାରଣ ଏହା ମନୁଷ୍ୟ ଶୀରରରେ ମାଂଶପେଶୀ, ହାଡ, ତ୍ୱଚା, କେଶ ଓ ଶରୀରର ଅନ୍ୟ ସମସ୍ତ ଅଂଶ ଓ ଟିସ୍ୟୁରେ ମିଳିଥାଏ । ଏହା ଏନ୍‌ଜାଇମ୍‌ଗୁଡିକୁ ତିଆରି କରିଥାନ୍ତି ଯାହାକି ଅନେକ ରସାୟନିକ ପ୍ରତିକ୍ରିୟାରେ ସାହାଯ୍ୟ କରିଥାଏ ଓ ହିମୋଗ୍ଲୋବିନ୍ ଭାବେ ରକ୍ତରରେ ଅମ୍ଳଜାନ ବହନ କରିଥାଏ । ପ୍ରାୟ ୧୦,୦୦୦ ପ୍ରକାରର ଭିନ୍ନ ଭିନ୍ନ ପ୍ରୋଟିନ୍ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ ।
ପ୍ରୋଟିନ୍‌ଗୁଡିକ ହଜାର ହଜାର ଅନ୍ୟ କ୍ଷୁଦ୍ର ଆମିନୋ ଏସିଡ୍ ଦ୍ୱାରା ନିର୍ମିତ ହୋଇଥାଏ ଯାହାକି ପରସ୍ପର ସହିତ ଲମ୍ବା ଶୃଙ୍ଖଳାରେ ଜଡିତ ରହିଥାନ୍ତି ଓ ଆମ ଶରୀର ଗଠନ ପାଇଁ ସାହାଯ୍ୟ କରିଥାନ୍ତି । ଏହା ଶରୀରର ବିଦ୍ୟମାନ କୋଷଗୁଡିକର ମରାମତିରେ ସାହାଯ୍ୟ କରିଥାନ୍ତି ଓ ନୂଆ କୋଷ ତିଆରି କରିବା ଜାରି ରଖିଥାନ୍ତି । ତେଣୁ ଏହା ସବୁ ବୟସର ଲୋକମାନଙ୍କର ଶାରୀରିକ ବିକାଶ ପାଇଁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅନ୍ୟ ଜଣେ ନ୍ୟୁଟ୍ରିସ୍‌ନିଷ୍‌ଟଙ୍କ ମତରେ, ଭାରତରେ ବହୁତ କମ୍ ଲୋକ ଜାଣିଛନ୍ତି ଯେ, ସେମାନଙ୍କ ଶରୀର ପ୍ରତିଦିନ ପ୍ରତି କିଲୋଗ୍ରାମର ଶାରୀରିକ ଓଜନ ପାଇଁ ହାରାହାରି ୧ ଗ୍ରାମର ପ୍ରୋଟିନ୍ ଆବଶ୍ୟକ କରୁଛି । କିନ୍ତୁ ଏହା ଦୁର୍ଭାଗ୍ୟର କଥା ଯେ, ଏହି ସଚେତନତା ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ । ପଶୁ ପ୍ରୋଟିନ୍‌, ଟର୍କି, ଡକ୍ କିମ୍ବା ଚିକେନ୍‌, ମାଛ, ସେଲ୍‌ଫିସ, ଦୁଗ୍ଧ ଓ ଅଣ୍ଡା ଆଦି ପ୍ରୋଟିନ୍‌ଣ ଚମତ୍କାର ଉତ୍ସ ଅଟନ୍ତି । ନିକଟରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥୋରିଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ‘ଇଟ୍ ରାଇଟ୍ ଡ୍ୟୁରିଙ୍ଗ କୋଭିଡ୍‌-୧୯’ ପୁସ୍ତକରେ କୋଭିଡ୍‌୧୯ର ନୂଆ ନର୍ମାଲରେ ଅନୁସରଣ କରାଯିବାକୁ ଥିବା ସର୍ବୋତମ ଅଭ୍ୟାସଗୁଡିକୁ ହାଇଲାଇଟ୍ କରାଯାଇଛି । ଏଥିରେ କୁକୁଡା ମାଂସ ଓ ଅଣ୍ଡା ସମେତ ପ୍ରମୁଖ ପୋଷକ ତତ୍ୱର ଉତ୍ସ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏସବୁ ଭିତରେ ଆପଣଙ୍କୁ ମନେ ରଖିବାକୁ ହେବ ଯେ, ପ୍ରାୟ ୩୦ ଗ୍ରାମର ପ୍ରୋଟିନ୍ ସମୃଦ୍ଧ ଖ୍ୟାଦ୍ୟରେ ୭ ଗ୍ରାମର ପ୍ରୋଟିନ୍ ରହିଥାଏ । ଦୈନିକ ଆବଶ୍ୟକତା ମୁତାବକ, ଅଧିକାଂଶ ପୁରୁଷଙ୍କ ପାଇଁ ଦୈନିକ ୫୬-୯୧ ଗ୍ରାମ ଓ ଅଧିକାଂଶ ମହିଳାଙ୍କ ପାଇଁ ଦୈନିକ ୪୬ରୁ ୭୫ ଗ୍ରାମର ପ୍ରୋଟିନ୍‌ର ଆବଶ୍ୟକତା ରହିଛି । ପ୍ରୋଟିନ୍ ଶରୀରରେ କୋଷିକାଗୁଡିକରେ ଅଧିକାଂଶ କାର୍ଯ୍ୟ କରିଥାନ୍ତି ଏବଂ ଏହା ଶରୀରର କୋଷ ଓ ଅଙ୍ଗଗୁଡିକର ଗଠନ, କାର୍ଯ୍ୟ ଓ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।


Share It

Comments are closed.