କରୋନା ନେଲା ପ୍ରଥମ ‘ସୁମୋ’ଙ୍କ ମୁଣ୍ଡ


କରୋନା ଭାଇରସ ସଂକ୍ରମଣ କାରଣରୁ ଜଣେ ୨୮ବର୍ଷିୟ ସୁମୋ ପହିଲବାନଙ୍କର ମୃତ୍ୟୁ ଘଟିଛି । ଜାପାନ ସୁମୋ ଆସୋସିଏସନ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏହି ପହିଲବାନଙ୍କ ନାମ ‘ଶୋବୁଶି’ ବୋଲି ଜଣା ପଡିଛି । ଶୋବୁଶି, ୨୦୦୭ରେ ୧୫ ବର୍ଷ ବୟସରେ ପ୍ରଫେସନାଲ ସୁମୋ ରେସଲିଙ୍ଗରେ ପାଦ ଥାପିଥିଲେ । ତାଙ୍କର ପ୍ରକୃତ ନାମ ‘କିୟୋଟକା ସୁଟେକ’ ଅଟେ । ଶୋବୁଶି ନାମ ସୁମୋ ରେସଲିଙ୍ଗ ରିଙ୍ଗରେ ତାଙ୍କୁ ମିଳିଥିଲା ।
ମିଳିଥିବା ସୂଚନା, ମଲ୍ଟି ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । କରୋନା ଭାଇରସ କାରଣରୁ ମୃତ୍ୟୁ ବରଣ କରିଥିବାର ସେ ପ୍ରଥମ ସୁମୋ ଅଟନ୍ତି । କେବଳ ଏତିକି ନୁହେଁ କରୋନା କାରଣରୁ ୨୦ରୁ ୩୦ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥିବା ଯୁବପୀଢିଙ୍କ ମଧ୍ୟରେ ସେ ପ୍ରଥମ ବ୍ୟକ୍ତି ଅଟନ୍ତି ।
ଜାଣିବାକୁ ଏହା ମିଳିଛି ଯେ, ୪ ଏପ୍ରିଲରୁ ତାଙ୍କୁ ଜ୍ୱର ଆସିଥିଲା, କିନ୍ତୁ ସେ ଠିକ ସମୟରେ ଟେଷ୍ଟ କିମ୍ବା ହସ୍ପିଟାଲରେ ଚିକିତ୍ସା କରାଇପାରିନଥିଲେ । ୪ ଦିନ ପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ସେତେବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୯ ଏପ୍ରିଲରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ‘ଶୋବୁଶି’ଙ୍କ ମଧୁମେହ ରୋଗ ଥିଲା ।


Share It

Comments are closed.