ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର କୁଲଭୂଷଣ ବାଲୁନିଙ୍କ ଦାୟିତ୍ୱ ଗ୍ରହଣ


ଭୁବନେଶ୍ୱର: ପ୍ରମୁଖ ଶିକ୍ଷାନୁଷ୍ଠାନରେ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କୁଳଭୂଷଣ ବାଲୁନି ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇଆଇଏମ୍ କୋଝିକୋଡ଼, ଆଇଆଇଏମ୍ କାଶୀପୁର ଏବଂ ଆଇଆଇଏମ୍ ଅମୃତସରର ନେତୃତ୍ୱ ନେଇଥିବା ପ୍ରଫେସର ବାଲୁନିିଙ୍କ ପାଖରେ ଶିକ୍ଷା ପ୍ରଶାସନ, ଗବେଷଣା ଏବଂ ସଂସ୍ଥାଗତ ବ୍ରାଣ୍ଡ୍ ନିର୍ମାଣରେ ଅତୁଳନୀୟ ଅଭିଜ୍ଞତା ଏବଂ ଦକ୍ଷତା ରହିଛି।
ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଉଛନ୍ତି ବିର୍ଲା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର୍‌ର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ମୋହତା। ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ବିଶ୍ୱବିଦ୍ୟାଳୟ ଏକ ବୋର୍ଡ ଅଫ୍ ଗଭର୍ଣ୍ଣରଙ୍କ ଦ୍ୱାରା ପରିଚାଳିତ ହେଉଛି ଯେଉଁଥିରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏହାର କୁଳପତି ଭାବରେ କାର୍ଯ୍ୟ କରୁଛନ୍ତି। ବିଶ୍ୱବିଦ୍ୟାଳୟର ଅତ୍ୟାଧୁନିକ ଭିତିଭୂମି, ଉଚ୍ଚସ୍ତରୀୟ ଅଧ୍ୟାପକ ଏବଂ ଭବିଷ୍ୟତର ବୃତିଜୀବୀଙ୍କୁ ପ୍ରୋତ୍ସାହିତ କରିବା ଭଳି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ରହିଛି।
ପ୍ରଫେସର କୁଳଭୂଷଣ ବାଲୁନି ପରିବେଶ ନିରନ୍ତରତା, ବିକାଶ ନୀତି ଏବଂ ସାମାଜିକ ଉଦ୍ୟୋଗଶୀଳତା ଉପରେ ତାଙ୍କର ଗବେଷଣା ପାଇଁ ପ୍ରସିଦ୍ଧ। ପ୍ରଫେସର ବାଲୁନି ୧୯୯୭-୧୯୯୮ ଶିକ୍ଷାବର୍ଷରେ ଆଇଆଇଏମ୍ କୋଝିକୋଡ଼ରେ ଯୋଗ ଦେଇଥିବା ପ୍ରତିଷ୍ଠାତା ଅଧ୍ୟାପକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ତାଙ୍କୁ ଆଇଆଇଏମ୍ କୋଝିକୋଡ଼ର ନିର୍ଦ୍ଦେଶକ (ଭାରପ୍ରାପ୍ତ) ନିଯୁକ୍ତ କରାଯାଇଥିଲା। ଆଇଆଇଏମ୍ ଅମୃତସରର ପ୍ରଥମ ପରାମର୍ଶଦାତା ନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରିଛନ୍ତି। ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଫଳପ୍ରଦ କାର୍ଯ୍ୟକାଳ ପରେ ପ୍ରଫେସର ବାଲୁନି ଆଇଆଇଏମ୍ କାଶୀପୁରରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।
ପ୍ରଫେସର ବାଲୁନି ଜଣେ ମୁଖ୍ୟ (ପରିବେଶ ଓ ବିକାଶ ପାଇଁ ନେତୃତ୍ୱ) ଗବେଷକ ମଧ୍ୟ ଅଟନ୍ତି। ସେ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର, କୋପେନହେଗନ୍ ବିଶ୍ୱବିଦ୍ୟାଳୟ, ଉପ୍ସାଲା ବିଶ୍ୱବିଦ୍ୟାଳୟ ଏବଂ ୱାଗେନିଙ୍ଗେନ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସମେତ ପ୍ରତିଷ୍ଠିତ ଅନୁଷ୍ଠାନରେ ଅତିଥି ବିଶାରଦ ଭାବରେ କାର୍ଯ୍ୟ କରିଛନ୍ତି । ଏହି ସମସ୍ତ ବିଶ୍ୱସ୍ତରୀୟ ପ୍ରଦର୍ଶନ ଏବଂ ଦକ୍ଷତା ତାଙ୍କୁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିକୁ ଏକାଡେମିକ ସଫଳତାର ଏକ ନୂତନ ଯୁଗରେ ନେତୃତ୍ୱ ନେବାରେ ସହାୟକ ହୋଇଛି।


Share It

Comments are closed.