ଆରପାରିରେ ଲୋକପ୍ରିୟ ଫିଲ୍ମ ନିର୍ମାତା ଅନିଲ ନାଇଡୁ


ଲୋକପ୍ରିୟ ଚଳଚ୍ଚିତ୍ର ସମ୍ପାଦକ ତଥା ନିର୍ମାତା ଅନିଲ ନାଇଡୁଙ୍କ ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି। ଅନିଲଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଇଣ୍ଡଷ୍ଟ୍ରିର ତାଙ୍କ ବନ୍ଧୁ ଏବଂ ନିକଟ ସମ୍ପର୍କୀୟ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅନିଲ ନାଇଡୁ ବିଜ୍ଞାପନ ଜଗତରେ ଦୀର୍ଘ ସମୟ ଅତିବାହିତ କରିଥିଲେ ଏବଂ ସେ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ପା , ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ମିଶନ ମଙ୍ଗଲ’ ଏବଂ ‘ପ୍ୟାଡମ୍ୟାନ୍’ର ସହନିର୍ମାତା ଭାବେ କାର୍ଯ୍ୟ କରିଥିଲେ। ଅନିଲ ନାଇଡ଼ୁ ନିଜ କ୍ୟାରିୟର ଭିଡିଓ ଏଡିଟର ଭାବେ ଆରମ୍ଭ କରିଥିଲେ ଏବଂ ଦେଶର ସବୁ ଚର୍ଚ୍ଚିତ ବିଜ୍ଞାପନ ଫିଲ୍ମକୁ ସେ ସମ୍ପାଦନ କରିଥିଲେ।


Share It

Comments are closed.