ନୂଆଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ


ରାଜଧାନୀ ଦିଲ୍ଲୀରେ ଦେଖାଯାଇଛି କଂଗ୍ରେସର ଜୋରଦାର ଆନ୍ଦୋଳନ। ଆଜି କଂଗ୍ରେସ ପାଳୁଛି ବ୍ଲାକ ଫ୍ରାଇଡେ। ଦରବୃଦ୍ଧି, ଜିଏସି, ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଏହି ଆନ୍ଦୋଳନ କରୁଥିବା ବେଳେ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କଳା ପୋଷାକ ପିନ୍ଧି କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନ୍ୟ ବହୁ କଂଗ୍ରେସ ନେତା ସାମିଲ ରହିଛନ୍ତି। ପ୍ଲାକାର୍ଡ ପ୍ରଦର୍ଶନ ସହ କେନ୍ଦ୍ର ବିରୋଧରେ ଜୋରଦାର ନାରାବାଜି କରାଯାଉଛି।
ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ କଂଗ୍ରେସର ପ୍ରୟାସ କରୁଥିବା ସମୟରେ ନୂଆଦିଲ୍ଲୀରେ କଂଗ୍ରେସର ଜୋରଦାର ଆନ୍ଦୋଳନ କରାଯାଉଛି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଆନ୍ଦୋଳନ ହେଉଥିବା ବେଳେ ଉଭୟ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ବହୁ ନେତାଙ୍କୁ ଅଟକ ରଖିଛି ପୁଲିସ। ଦରବୃଦ୍ଧି ପ୍ରତିବାଦ ଆନ୍ଦୋଳନରେ ଏଆଇସିସି ଅଫିସ୍‍ ପାଖ ବ୍ୟାରିକେଡ୍‍ ପ୍ରିୟଙ୍କା ଗାନ୍ଧୀ ବ୍ୟାରିକେଡ୍‍ ଡେଇଁବା ସମୟରେ ପୁଲିସ ତାଙ୍କୁ ଅଟକ ରଖିଛି। ଜୋରଦାର ଆନ୍ଦୋଳନ ବେଳେ ସଂସଦ ଭବନରୁ ରାଷ୍ଟ୍ରପତି ଭବନ ଯାଏଁ ମାର୍ଚ୍ଚ ସହ ବିଜୟ ଚୌକରେ ପୁଲିସ ସମସ୍ତଙ୍କୁ ଅଟକାଇଛି।


Share It

Comments are closed.