ଭେନ୍ୟୁ ପରେ ଏବେ ସାମନାକୁ ଆସିଲା ପ୍ରିୟଙ୍କାଙ୍କ ବିବାହ କାର୍ଡ


ବଲିଉଡର ଦେଶୀ ଗାର୍ଲ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହର ଭେନ୍ୟୁ ପୂର୍ବରୁ ଫିକ୍ସ ହୋଇସାରିଥିବାବେଳେ ଏବେ ବିବାହର ନିମନ୍ତ୍ରଣ କାର୍ଡ ସାମନାକୁ ଆସିଛି । ପ୍ରିୟଙ୍କା ନିଜର ସାଙ୍ଗ ଏବଂ ଟିମ ମେମ୍ବର ମାନଙ୍କୁ ନିଜ ବିବାହର କାର୍ଡ ବାଣ୍ଟିବା ଆରମ୍ଭ କରିଦେଲେଣି । ସେଥିପାଇଁ ବିବାହ ନିମନ୍ତ୍ରଣ କାର୍ଡର ଏକ ଫଟୋ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ମିଳିଥିବା ସୂଚନା ମୁତାବକ ପ୍ରିୟଙ୍କା ୧ ଡିସେମ୍ବରରେ ନିକ ଜୋନସଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରିୟଙ୍କା ନିଜ ବିବାହ ଭାରତୀୟ ପରମ୍ପରା ଅନୁଯାୟୀ ରଜସ୍ଥାନର ‘ଅମେଦ ଭବନ ପ୍ୟାଲେସ’ ରେ କରିବାକୁ ଯାଉଛନ୍ତି ।
ପ୍ରିୟଙ୍କାଙ୍କ କଷ୍ଟ୍ୟୁମ ଡିଜାଇନର ‘ଏକତା ଲେଖାନୀ’ ବିବାହ ନିମନ୍ତ୍ରଣ କାର୍ଡ ପାଇବା ପରେ ସେ ମଧ୍ୟ ନିଜ ଇନଷ୍ଟା ଷ୍ଟାଟସରେ ଏହା ଅପଲୋଡ କରିଦେଇଛନ୍ତି । କେବଳ ଏତିକି ନୁହେଁ ବଲିଉଡ ନିର୍ମାତା ଏବଂ ନିର୍ଦ୍ଦେଶକ ‘ଫରାନ ଅକତର’ ଏହି ନମନ୍ତ୍ରଣ କାର୍ଡ ଫାଇଲା ପରେ ସେ ମଧ୍ୟ ଏହି କାର୍ଡକୁ ନେଇ ନିଜର ଫିଡ ବ୍ୟାକ ଦେଇଛନ୍ତି ଏବଂ କହିଛନ୍ତି ‘ଏ ତୁମନେ କ୍ୟା କିୟା ’ ।

ମିଳିଥିବା ସୂଚନା ମୁତାବକ, ପ୍ରିୟଙ୍କାଙ୍କ ଏହି ନିମନ୍ତ୍ରଣ କାର୍ଡ ପ୍ୟାରିସରୁ ଆସିଛି, ଯେଉଁଥିରେ ମିଠା ସୂରୁପ ସେଠାକାର ଲଡୁ ମଧ୍ୟ ରହିଛି ।
ଭେନ୍ୟୁ ଫାଇନାଲ କରିବା ପରେ ବର୍ତ୍ତମାନ ପ୍ରିୟଙ୍କା ନିଜ ମା’ଙ୍କ ସହ ବିବାହ ପାଇଁ ମାର୍କେଟିଙ୍ଗ କରୁଛନ୍ତି । ପ୍ରିୟଙ୍କା ନିଜ ବିବାହ ପାଇଁ ଚୟନ କରିଥିବା ପ୍ୟାଲେସର ଗୋଟେ ରାତ୍ରୀର ଭଡା ହେଉଛି ୬୦,୦୦୦ ଡଲାର ଅର୍ଥାତ ୪୩,୧୫,୫୦୦.୦୦ ଟଙ୍କା ।


Share It

Comments are closed.