ବିଶ୍ୱର ଶ୍ରେଷ୍ଠ ସଫଳ ଏବଂ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ପ୍ରିୟଙ୍କା


ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଶ୍ୱର ଶ୍ରେଷ୍ଠ ୧୦୦ ସଫଳ ଏବଂ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ଏହି କଷ୍ଟଦାୟକ ଯାତ୍ରା ପାଇଁ ତାଙ୍କୁ ପୂର୍ବରୁୁ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ମଞ୍ଚରେ ସମ୍ମାନୀତ ହେବାର ସୁଯୋଗ ମିଳିଥିବାବେଳେ ବର୍ତ୍ତମାନ ସେ ବିଶ୍ୱର ଶ୍ରେଷ୍ଠ ୧୦୦ ସଫଳ ଏବଂ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।
ଅନଲାଇନ ଫ୍ଲାଟଫର୍ମ କ୍ରିଏଟ ଏଣ୍ଡ କଲଟିଭେଟ ପକ୍ଷରୁ ପକ୍ଷରୁ ଏକ ସୂଚୀ ଜାରି କରାଯାଇଛି । ଏହି ସୂଚୀରେ ପ୍ରିୟଙ୍କା ଏଣ୍ଟରଟେନମେଣ୍ଟ କ୍ୟାଟାଗୋରିର ଶ୍ରେଷ୍ଠ ୧୦୦ ସଫଳ ଏବଂ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ୱେବସାଇଟ ପକ୍ଷରୁ ଫ୍ୟାଶନ, ଖାଦ୍ୟ, ମନୋରଞ୍ଜନ, ଏଣ୍ଟପ୍ରିନିୟରସିପ, ସ୍ୱାସ୍ଥ୍ୟ, କଣ୍ଟେଣ୍ଟ କ୍ରିଏସନ, ସୌନ୍ଦଯ୍ୟ ଏବଂ ସଙ୍ଗୀତ ଭଳି ଅନେକ ବିଭାଗରୁ ଶ୍ରେଷ୍ଠ ୧୦୦ ସଫଳ ଏବଂ ପ୍ରେରଣାଦାୟୀ ମହିଳାଙ୍କ ନାମ ଚୟନ କରାଯାଇଥିଲା । ଏଥିରେ ମନୋରଞ୍ଜନ କ୍ଷେତ୍ରରେ ପ୍ରିୟଙ୍କାଙ୍କ ନାମ ସ୍ତାନ ପାଇଛି, ଯାହାକି ଦେଶ ପାଇଁ ଗର୍ବର ବିଷୟ ଅଟେ । ଏହି ସୂଚୀରେ ପ୍ରିୟଙ୍କାଙ୍କ ନାମ ସ୍ଥାନ ପାଇବା ପରେ ସେ ଏଥିପାଇଁ କତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି ।


Share It

Comments are closed.